Wednesday, January 22, 2025
19.2 C
Brahmapur

କୋଇଲା ଖଣିରେ ପସିଲା ପାଣି, ଫସି ରହିଛନ୍ତି ୧୮ଜଣ ଶ୍ରମିକ! 

Share

ନୁଆଦିଲ୍ଲୀ:-ଆସାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । 300 ଫୁଟ ଗଭୀର କୋଇଲା ଖଣିରେ ଫସିଛନ୍ତି 18 ଜଣ ଶ୍ରମିକ । କୋଇଲା ଖଣିରେ ପାଣି ଭରିଯିବା କାରଣରୁ ଗଭୀର ଖଣିରେ ଶ୍ରମିକ ଫସି ରହିଥିବା ଜଣାପଡିଛି ।
ହସାଓ ଜିଲ୍ଲାର ଦିମାରେ ଏହି ଖଣି ରହିଥିଲା । ରେଟ ହୋଲ ଖଣିରେ ପାଣି 100 ଫୁଟ ଯାଏଁ ପହଞ୍ଚି ଯାଇଥିବା ଖବର ମିଳିଛି । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପମ୍ପ ସାହାଯ୍ୟରେ ପାଣି ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ ମେଘାଳୟ ବୋର୍ଡରୁ ଘଟଣାସ୍ଥଳକୁ ଯାଇଛନ୍ତି । ତେବେ ଏହି ଉଦ୍ଧାର କାର୍ଯ୍ୟରେ ସେନାର ସହାୟତା ଲୋଡିଥିବା ମଧ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି। ।

Read more

Local News