Thursday, January 23, 2025
18.2 C
Brahmapur

ନେତାଜୀ ସୁଭାଷ ବୋଷଙ୍କ ୧୨୮ତମ ଜନ୍ମଦିନକୁ କଟକ ପାଳୁଛି ପରାକ୍ରମ ଦିବସ

Share

କଟକ: ୧୮୯୭ ଜାନୁଆରୀ ୨୩ ତାରିଖ । ଜାନକୀନାଥ ବୋଷ ଏବଂ ପ୍ରଭାବତୀ ବୋଷଙ୍କ ପରିବାରକୁ ଆସିଥିଲେ ନୂଆ ଅତିଥି । ଖୁସିରେ ଉଛୁଳିଥିଲା ଘର । ବାପା-ମାଆ ଏବଂ ପରିବାରରେ ସଂଚରିତ ହୋଇଥିଲା ନୂଆ ଆଲୋକ । ବୋଷ ପରିବାରରେ ଜନ୍ମ ନେଇଥିଲେ ଜଣେ ଯୋଗଜନ୍ମା । କିଏ ଏହି ଜନନାୟକ ? କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ? ଏନ୍ତୁଡ଼ିଶାଳ କଟକଠାରୁ ଦେଶ ଏବଂ ବିଶ୍ବ, କେତେ ପରିଚିତ ଥିଲେ ଏହି ମହାମନିଷୀ ? ଆସନ୍ତୁ ଜାଣିବା ।
ଜାନକୀନାଥ ଭବନ ଚଳଚଞ୍ଚଳ:
କଟକ ଓଡ଼ିଆ ବଜାର ଜାନକୀନାଥ ଭବନ ଆଜି ବେଶ ଚଳଚଞ୍ଚଳ । ଜନ୍ମଦିନ ପାଳନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଜନ୍ମସ୍ଥାନଠାରୁ ସଂଗ୍ରହାଳୟ, ସବୁଠି ଚାଲିଛି ତୟାରି । ଏଥର ଜନ୍ମଦିନ ଭିନ୍ନ ଏବଂ ନିଆରା । ପରାକ୍ରମ ଦିବସ ପାଳୁଛି ଜନ୍ମମାଟି । ଆମେ କହୁଛୁ ଭାରତୀୟ ଜାତୀୟ ସଂଗ୍ରାମର ଅନ୍ୟତମ ସୁତ୍ରଧାର ନେତାଜୀଙ୍କ କଥା । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କଥା । କୋଲକତା ଏବଂ ଦିଲ୍ଲୀ ପରେ ଚଳିତ ବର୍ଷ କଟକରେ ତାଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ ।

Read more

Local News