Wednesday, January 22, 2025
19.2 C
Brahmapur

ଶକ୍ତିଶାଳୀ ହେଲା ନୈସେନା: ଏକାଥରକେ ସାମିଲ ହେଲା ୩ ଯୁଦ୍ଧ ଜାହାଜ

Share

ଭୁବନେଶ୍ୱର(ଏସ.ଏମ.ପି):- ସଶକ୍ତ ହେଲା ଭାରତୀୟ ନୈସେନା । ସାମିଲ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ଟି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ‘ଆଇଏନଏସ ସୁରତ’, ‘ଆଇଏନଏସ ନୀଳଗିରି’ ଓ ‘ଆଇଏନଏସ ବାଘଶୀର’ । ଆଜି ପଶ୍ଚିମ ନୌସେନା କମାଣ୍ଡ ମୁମ୍ବାଇରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ବୁଧବାର) ରାଷ୍ଟ୍ର ଉଦ୍ଦେଶ୍ୟରେ ଏହି ୩ ଯୁଦ୍ଧ ଜାହାଜକୁ ସମର୍ପିତ କରିଛନ୍ତି ।
ଭାରତ ବିସ୍ତାରବାଦ ନୁହେଁ ବରଂ ବିକାଶବାଦରେ ବିଶ୍ବାସ କରେ: ମୋଦି
ଏହି ଅବସରରେ ମୋଦି କହିଛନ୍ତି,” ଆଜି ଭାରତ ସମଗ୍ର ବିଶ୍ୱ ବିଶେଷ କରି ଗ୍ଲୋବାର ସାଉଥରେ ଏକ ବିଶ୍ୱାସଯୋଗ୍ୟ ଓ ଦାୟିତ୍ୱସମ୍ପନ୍ନ ବନ୍ଧୁ ଭାବେ ପରିଚୟ ଲାଭ କରିଛି । ଭାରତ ବିସ୍ତାରବାଦ ନୁହେଁ ବରଂ ବିକାଶବାଦ ଭାବନରେ କାର୍ଯ୍ୟ କରିଥାଏ । ବୈଶ୍ୱିକ ସୁରକ୍ଷା, ଅର୍ଥନୀତି ଓ ଭୂ-ରାଜନୈତିକ ଗତିଶୀଳତାକୁ ଏକ ଦିଗ ଦେଖାଇବାରେ ଭାରତ ଭୂମିକା ବେଶ ଅଧିକ । ଆର୍ଥିକ ଓ ସାମରିକ କ୍ଷେତ୍ରରେ ଏହା ବେଶ ମହତ୍ତ୍ୱପୂର୍ଣ୍ଣ । ଏକବିଂଶ ଶତାବ୍ଦୀର ଭାରତର ସୈନ୍ୟ ସାମର୍ଥ୍ୟ ମଧ୍ୟ ଅଧିକ ସକ୍ଷମ ଓ ଆଧୁନିକ ହେଉ, ଏହା ଦେଶର ପ୍ରାଥମିକତା । ଜଳ, ସ୍ଥଳ, ଆକାଶ, ଗଭୀର ସମୁଦ୍ର ଓ ମହାକାଶ ସମସ୍ତ କ୍ଷେତ୍ରରେ ଭାରତ ନିଜର ସ୍ୱାର୍ଥକୁ ସୁରକ୍ଷିତ କରୁଛି ।

Read more

Local News