ବେଙ୍ଗାଲୁରୁ: ଚୀନରୁ ଭାରତକୁ ବ୍ୟାପିଲା ‘ହ୍ୟୁମାନ ମେଟାନ୍ୟୁମୋଭାଇରସ'(human metapneumovirus) ବା HMPV । କର୍ଣ୍ଣାଟକ 2 ଓ ଗୁଜୁରାଟରୁ ଜଣେ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବେଙ୍ଗାଲୁରୁ ଜଣେ ୩ ମାସର ଶିଶୁ କନ୍ୟା ଓ ୮ ମାସର ଶିଶୁପୁତ୍ର ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ଚିହ୍ନଟ କରିଛି । ଏହାପରେ ଅହମ୍ମଦାବାଦ ଜଣେ ଜଣେ ଶିଶୁ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର ସ୍ୱାସ୍ଥ୍ୟ ଦାୟିତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଗୋଟିଏ ଦିନରେ ଭାରତରେ 3 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭାରତକୁ ବ୍ୟାପିଲା ଏଚଏମପିଭି, କର୍ଣ୍ଣାଟକରେ ୨ ଶିଶୁ ଓ ଗୁଜୁରାଟରେ ଜଣେ (ହ୍ୟୁମାନ ମେଟାନ୍ୟୁମୋ ଭାଇରସରେ) ଆକ୍ରାନ୍ତ ଚିହ୍ନଟ
Share
Read more