Thursday, January 23, 2025
18.2 C
Brahmapur

କୋଣାର୍କରେ ଆଜିଠାରୁ ଆରମ୍ଭ ୨ଦିନିଆ ‘ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ

Share

ପୁରୀ:କୋଣାର୍କରେ ଆଜିଠାରୁ ଆରମ୍ଭ ହୋଇଛି ୨ ଦିନିଆ ‘ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ଖଣି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗିତାରେ କୋଣାର୍କ ଇକୋ ରି-ଟ୍ରିଟରେ ଆଜି (ଜାନୁଆରୀ ୨୦) ଓ ଆସନ୍ତାକାଲି ୨୧ ତାରିଖରେ ଏହି ୨ ଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୬ଟି ଖଣିବହୁଳ ରାଜ୍ୟର ମନ୍ତ୍ରୀମାନେ ଯୋଗ ଦେଇଛନ୍ତି ।

Read more

Local News