ଭୁବନେଶ୍ବର: ରାଜ୍ୟରେ ଲାଗୁ ହେବ ନୂଆ ଶିକ୍ଷା ନୀତି ( ନ୍ୟାସ୍ନାଲ ଏଗୁକେସନ ପଲିସି ବା ଏନ୍ଇପି ) । ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିବା ବେଳେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଶିଶୁ ବଟିକା ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ନେଇ ବିଜ୍ଞପ୍ତି ଜାରି ହୋଇଛି। ମଙ୍ଗଳବାର ଠାରୁ ୩ ଦିନ ଧରି ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରଣୟନକୁ ନେଇ ଜାତୀୟ କର୍ମଶାଳା ଲୋକସେବା ଭବନରେ ଅନୁଷ୍ଠିତ ହେଉଛି।
ଏପ୍ରିଲ୍ ମାସ ଠାରୁ ରାଜ୍ୟରେ ଏନ୍ଇପି ଲାଗୁ ହେବ ବୋଲି ଘୋଷଣା ହୋଇଛି । ନୂଆ ଶିକ୍ଷା ନୀତି ପାଠ୍ୟ ଖସଡ଼ା ପାଇଁ କମିଟି ଗଠନ ହୋଇଛି। ଏନ୍ଇପି ଲାଗୁ ପାଇଁ ଓଡିଶାର ଗୋଟିଏ ସର୍ତ୍ତ ଥିଲା ଯେ, ଓଡିଆ ସଂସ୍କୃତି ଐତିହ୍ୟକୁ ନେଇ ପାଠର ଖସଡ଼ା ପ୍ରସ୍ତୁତ ହେବ । ନୂଆ ଶିକ୍ଷା ନୀତିରେ ଓଡିଆ ଛାତ୍ରଛାତ୍ରୀଙ୍କୁ ବୀରପୁରୁଷଙ୍କ ଗାଥା, ନୌବାଣିଜ୍ୟ ଉପରେ ପାଠ ପଢିବେ । ଏହାବ୍ୟତୀତ ବିଜ୍ଞାନରେ ପଠାଣି ସାମନ୍ତଙ୍କ ଉଦାହରଣ ଦିଆଯିବ । କେବଳ ସେତିକି ନୁହେଁ, ଇତିହାସରେ ବକ୍ସି ଜଗବନ୍ଧୁ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ତଥ୍ୟ ମଧ୍ୟ ରହିବ ।