ଜଟଣୀ, ୯/୧୧ (ରାଜେନ୍ଦ୍ର ପ୍ରସାଦ ନାୟକ): ଗଣତନ୍ତ୍ରର ସୁରକ୍ଷା ଓ। ସମାଜରେ ବୃଦ୍ଧି ପାଉଥିବା ଅରାଜକତା ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜଟଣୀରେ “ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ” ଅଭିଯାନ ଅନ୍ତର୍ଗତ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା ସଭାପତିତ୍ୱ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଜିତ ଦାସ ଗଣତନ୍ତ୍ରର ମୂଲ୍ୟବୋଧ, ସମ୍ବିଧାନର ମର୍ଯ୍ୟାଦା ଓ ବୁଦ୍ଧିଜୀବୀମାନଙ୍କର ଦାୟିତ୍ୱ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଗଣତନ୍ତ୍ର କେବଳ ଭୋଟ୍ ଦେବାରେ ସୀମିତ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଜାଗ ରହିବା ହିଁ ପ୍ରକୃତ ଗଣତନ୍ତ୍ର ବୋଲି ସେ କହିଥିଲେ।ସମ୍ମିଳନୀରେ ସୁଦୀପ୍ତ କୁମାର ରାୟ, ରୋଜାଲୀନ ଦାସ, ରଶ୍ମିମୟୀ ପଟ୍ଟନାୟକ ଓ ପବିତ୍ର ମୋହନ ଦାଶ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇ ସମାଜରେ ବୃଦ୍ଧି ପାଉଥିବା ହିଂସା, ଅସହିଷ୍ଣୁତା ଓ ଅରାଜକତା ବିରୋଧରେ ବୁଦ୍ଧିଜୀବୀ ସମାଜ ଏକଜୁଟ୍ ହୋଇ ସ୍ୱର ଉଠାଇବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।ସମ୍ମିଳନୀରେ ଜଟଣୀ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷକ, ଅଧିବକ୍ତା, ସାମାଜିକ କର୍ମୀ ଓ ଯୁବକ ଉପସ୍ଥିତ ଥିଲେ। ଶେଷରେ ଗଣତନ୍ତ୍ରକୁ ମଜବୁତ୍ କରିବା ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।
Share
Read more