କୁଶମାଟି କ୍ଲଷ୍ଟରର ପଞ୍ଚମ ମାସିକ ବୈଠକ ଅନୁଷ୍ଠିତ

Share

ଜଟଣୀ, ୦୯/୧୧ (ରାଜେନ୍ଦ୍ର ପ୍ରସାଦ ନାୟକ) : କୁଶମାଟି କ୍ଲଷ୍ଟରର ପଞ୍ଚମ ମାସିକ ବୈଠକ ସି.ଆର.ସି.ସି. ଡ. ରଶ୍ମିତା ନାୟକଙ୍କ ଅଧ୍ୟକ୍ଷତାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ ଓ ମୌଳିକ ସ୍ତରର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ।ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମିଳା ସାହୁ ଉପସ୍ଥିତ ରହି ଶିକ୍ଷାଦାନ ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ କରିଥିଲେ। ସି.ଆର.ଜି. ସୁରମା ମାଝୀ ଓ ଇତିଶ୍ରୀ ବେହେରା ଶ୍ରେଣୀ ଶିକ୍ଷଣ ଓ ଶିକ୍ଷଣ ସୋପାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ସି.ଆର.ସି.ସି. ଶ୍ରୀମତୀ ଡ. ନାୟକ କାର୍ଯ୍ୟସୂଚୀର ସମସ୍ତ କାର୍ଯ୍ୟକୁ ସଂକ୍ଷେପରେ ଉପସ୍ଥାପନ କରିଥିଲେ।ଏହାପରେ କ୍ଲଷ୍ଟରର ଅଭିନବ ପ୍ରୟାସ ‘ମାନସ ମନ୍ଥନ’ କାର୍ଯ୍ୟକ୍ରମର ରୋମନ୍ଥନ କରାଯାଇଥିଲା। ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା “ମାନବିକତାର ପଥେ ଏକତାର ମହାମନ୍ତ୍ର”। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ରଥ, ଶିକ୍ଷୟିତ୍ରୀ ଅନୁଶୟା ପୃଷ୍ଟି ଓ ଚିନ୍ମୟୀ ଶାନ୍ତ ଅତି ସୁନ୍ଦର ଭାବେ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ।ଗ୍ୟାଲେରି ପରିଭ୍ରମଣ ଓ ବିଦ୍ୟାଳୟ ପରିଭ୍ରମଣ ପରେ ସମସ୍ତ ପ୍ରଶିକ୍ଷାର୍ଥୀ, ସି.ଆର.ସି.ସି. ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୂୟସୀ ପ୍ରଶଂସା କରିଥିଲେ। ‘ମାନସ ମନ୍ଥନ’ର ସମସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ସୁନ୍ଦର ଭାବେ ପ୍ରତିଫଳିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମୌଖିକ ଭାଷା ବିକାଶକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଉକ୍ତ ବିଦ୍ୟାଳୟକୁ ‘ମାନସ ମନ୍ଥନ ବିଦ୍ୟାଳୟ’ ଭାବେ ଘୋଷଣା କରାଯାଇଥିଲା। ଏହାପରେ କ୍ଲଷ୍ଟର ଏକାଡେମିକ୍ ଆକ୍ସନ୍ ପ୍ଲାନ୍ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସଫଳ ରୂପାୟନ ପାଇଁ ଆହ୍ୱାନ କରାଯାଇଥିଲା। ପରିଶେଷରେ ମୋହନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Read more

Local News