ବ୍ରହ୍ମପୁର ୯/୧୧:-କେ.ସି.ହାଇ ସ୍କୁଲର ପୁରାତନ ଛାତ୍ର ସଂଘର ଜଣେ ପ୍ରମୁଖ ସଦସ୍ୟ ସୋମନାଥ ସାହୁଙ୍କ ବିୟୋଗ ଘଟିଛି । ଦୁଇ ଦିନ ପୂର୍ବରୁ ତାଙ୍କ ଧର୍ମ ପତ୍ନୀଙ୍କ ବିୟୋଗ ଘଟିଥିଲା । ଉଭୟଙ୍କ ବିୟୋଗରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ପ୍ରଭୃ ପ୍ରସାଦ ପାଢ଼ୀ , ପାର୍ଥ ନାୟକ, ବାବୁଲି ସାହୁଙ୍କ ସମେତ ଅନ୍ୟାନ୍ୟ ସଂଘ କର୍ମକର୍ତ୍ତା ଏପରି ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି ଲାଗି ପ୍ରାଥନା କରିଛନ୍ତି । ସେହିପରୀ ନୂଆ ଖଜୁରିଆ ଗ୍ରାମରେ ମଧ୍ୟ ଶୋକ ପ୍ରକାଶ କରାଯାଇଛି ।