ରଙ୍ଗେଇଲୁଣ୍ଡା:-ଭାବିନିପୁର ପଞ୍ଚାୟତର ଶ୍ରୀହରି ବିହାର, ଲକ୍ଷ୍ମୀ ନୃସିଂହ ନଗର, ବିଜୟ ବିହାର, ବାସୁଦେବ ନଗର, ନୀଳାଚଳ ନଗର, ଅଳକାପୁରୀ ଓ ଅଳକାପୁରୀ ଟାଉନସିପ ଅଞ୍ଚଳରେ ଡ୍ରେନେକ ଗୁଡିକୁ ବ୍ୟବସ୍ଥିତ ଢଙ୍ଗରେ ନିର୍ମାଣ ସହ ବାହାନା ନାଳର ହିଡକୁ କଙ୍କ୍ରିଟ୍ କରିବାକୁ ଦାବି ହୋଇଛି । ଏନେଇ ଅଞ୍ଚଳ ବାସୀ ଆଜି ଡ୍ରୋଜେନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସମସ୍ତ ଅଞ୍ଚଳ ପାର୍ଶ୍ଵ ଦେଇ ବାହାନା ନାଳ ଯାଇଛି । ବର୍ଷା ହେଲେ ଏହି ନାଳର ପାଣି ଉପରୋକ୍ତ ଅଞ୍ଚଳରେ ପଶି କୃତ୍ରିମ ବନ୍ୟା ସୃଷ୍ଟି କରୁଛି । ଜୀବନ କୀବିକା ପ୍ରଭାବିତ ହେଉଛି । ସାହି ମଧ୍ୟରେ ଥିବା ଡ୍ରେନେଜଗୁଡିକ ସଠିକ୍ ଭାବେ ନିର୍ମାଣ ହୋଇ ନଥିବାରୁ ବର୍ଷା ନିଷ୍କାସନ ହୋଇ ପାରୁନି । ବହୁବାର ସମସ୍ୟରେ ସ୍ଥାୟୀ ସମାଧାନ ପାଇଁ ଦାବି କରାଯାଇଥିଲେ ମଧ୍ୟ କେହି ଗୁରୁତ୍ଵ ଦେଉ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାକୁ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଭାବିନିପୁର ସରପଞ୍ଚ ଇଂ ରଞ୍ଜିତ କୁମାର ସାହୁଙ୍କ ନେତୃତ୍ଵରେ କର୍ପୋରେଟର ସମୀର ମିଶ୍ରଙ୍କ ସମେତ ଅଞ୍ଚଳ ବାସୀ ଏହି ସମୟରେ ଉପସ୍ଥିତ ଥିଲେ ।
ରଙ୍ଗେଇଲୁଣ୍ଡା ବ୍ଳକ୍ ପ୍ରତିନିଧି ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟ ଓଡିଶା ଦର୍ପଣ
Share
Read more