Thursday, July 2, 2026
36.1 C
Brahmapur

ଭାରତ ଭ୍ରମଣରେ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଏବଂ ଭାଇଚାରା ବାର୍ତ୍ତା

Share

ପୁରୁଷୋତ୍ତମପୁର: ଚଳିତ ୨୦୨୪ ଫେବୃୟାରୀ ମାସ 7 ତାରିଖଠାରୁ ରୋଟାରୀ କ୍ଲବ ଅଫ ଭୁବନେଶ୍ବର ଆମିଟୀ ପକ୍ଷରୁ ଏକ ରୋଟାରୀ ସଦଭାବନା ତଥା ଭାଇଚାରା ଯାତ୍ରା ଆରମ୍ଭ କରାଯାଇଅଛି। ଏହି ଯାତ୍ରା ରୋଟାରୀ ଡିସଟ୍ରିକ୍ଟ ୩୨୬୨ ଅନ୍ତର୍ଗତ ସମସ୍ତ ୧୧୫ଟି ରୋଟାରୀ କ୍ଲବ ମାନଙ୍କୁ ପରିଭ୍ରମଣ କରି ସଦିଚ୍ଛା ଓ ଭାଇଚାରା ମାଧ୍ୟମରେ ଓଡିଶାର ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହ ବିଶ୍ବଭାତୃତ୍ଵକୁ ପ୍ରାଧାନ୍ଯ ଦେବ। ଏହି ଯାତ୍ରା ପୁରୀ ଶ୍ରୀକ୍ଷେତ୍ରରୁ ବର୍ତ୍ତମାନର ଡ଼ିଜି ରୋଟାରିଆନ ଜୟଶ୍ରୀ ମହାନ୍ତି, ଡ଼ିଜିଇ ରୋଟାରିଆନ ଯଜ୍ଞାଶୀଷ ମହାପାତ୍ର ଓ ଡ଼ିଜିଏନଡି ରୋଟାରିଆନ ଅନିଲ କୁମାର ସାମଲଙ୍କ ଦ୍ଵାରା ଉନ୍ମୋଚିତ ହୋଇ ଶ୍ରୀକ୍ଷେତ୍ରରୁ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ନେଇ ଏକ ବିଶେଷ ଶୋଭାଯାତ୍ରାରେ ଯାତ୍ରାରମ୍ଭ କରିଥିଲା।
ଜଗନ୍ନାଥ ସଂସ୍କୃତିର ଅମୃତ ବାର୍ତ୍ତା, ଆଧ୍ୟାତ୍ମିକ ଚେତନା ଦ୍ଵାରା ନିଶା ନିବାରଣ, ପ୍ରକୃତି ଓ ପରିବେଶ ସଂରକ୍ଷଣ, ସାକ୍ଷରତା, ରକ୍ତଦାନ ତଥା ଅଙ୍ଗଦାନ ଇତ୍ୟାଦି ଲକ୍ଷ୍ୟ ନେଇ ଏହି ଯାତ୍ରା ରୋଟାରୀ କ୍ଲବ ଅଫ ଭୁବନେଶ୍ବର ଆମିଟୀ ପକ୍ଷରୁ ରୋଟାରିଆନ ବିଘ୍ନେଶ୍ଵର ବେହେରା ଓ ରୋଟାରିଆନ ମନମୋହନ ପଣ୍ଡାଙ୍କ ନେତୃତ୍ବରେ ପରିଚାଳନା କରାଯାଉଅଛି।ଏହି ଯାତ୍ରା ବିଭିନ୍ନ ଜିଲ୍ଲା ପରିଭ୍ରମଣକରି 12 ତାରିଖ ରେ ଗଞ୍ଜାମ ଜିଲ୍ଲା ରେ ପ୍ରବେଶ କରି ଗଞ୍ଜାମ ଜିଲ୍ଲା ର ଛତ୍ରପୁର, ଗଞ୍ଜାମ ପରିଭ୍ରମଣ କରି 13 ତାରିଖ ରାତ୍ରି ରେ ପୁରୁଷୋତ୍ତମପୁର ରେ ପ୍ରବେଶ କରି ରାତ୍ରି ସମୟରେ ରଥ ସାହି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ବିଶ୍ରାମ କରିଥିଲେ,14ତାରିଖ ସକାଳେ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳର କନକା ସାହି ଏବଂ ଗଡ଼ସାହି ପରିଭ୍ରମଣ କରିଵା ଦ୍ଵାରା କନକା ଏବଂ ଗଡ଼ସାହିର ସଂଖ୍ୟାଧିକ ମହିଳା ଏବଂ ପୁରୁଷ ଜଗନ୍ନାଥ ଙ୍କ ରଥ କୁ ଦେଖି ବହୁତ ଖୁସି ହୋଇଯାଇଥିଲେ,ସାଙ୍ଗେ ସାଙ୍ଗେ ସୁନ୍ଦର ସୁନ୍ଦର ଝୋଟି କାଟି କୁମ୍ଭ ରଖି ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଏବଂ ଦୀପ, ଧୂପ, ଚନ୍ଦନ ଦେଇ ସ୍ବାଗତ କରିଥିଲେ ଏବଂ ପଣ୍ଡିତ କାଳିଆ ଗୋସାଇଁଙ୍କ ମାଧ୍ୟମରେ ପୂଜା ଅର୍ଚ୍ଚନା କରାଯାଇଥିଲା, ହରେ କୃଷ୍ଣ ହରେ ରାମ ଏବଂ ଜୟ ଜଗନ୍ନାଥ ଧ୍ୟନୀ ରେ ପୁରୁଷୋତ୍ତମପୁର ସହର ପ୍ରକମ୍ଫିତ ହୋଇଥିଲା ମହାପ୍ରଭୁଙ୍କୁ ଦର୍ଶନ କରି ସହରବାସୀ ଭାବ ବିହ୍ୱଳ ହୋଇ ଯାଇଥିଲେ,ତ୍ରିଲୋଚନ ପାତ୍ର,ସଞ୍ଜୟ ବେହେରା,ଏନ.କୁନା ରାଓ,ଏନ. ସଞ୍ଜୟ ରାଓ, ବି.ଚକ୍ରପାଣି ପାତ୍ର, ପଣ୍ଡିତ ଦିବାକର ତ୍ରିପାଠୀ,କେ. ଶଙ୍କର ରାଓ, ମନୋଜ କୁମାର ଗୌଡ଼.ଅରୁଣ କୁମାର ଗୌଡ଼,ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ,ଲଛମନ ନାୟକ ଏବଂ ପ୍ରସନ୍ନ କୁମାର ଦାଶ ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ହୋଇଥିଲା !

Read more

Local News