୪ଜଣ ଓଡ଼ିଆ ପାଇବେ ପଦ୍ମଶ୍ରୀ ପୁରସ୍କାର

Share

ଭୁବନେଶ୍ୱର: ଚଳିତ ବର୍ଷ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ରାଷ୍ଟ୍ରପତି ।ଏଥିରେ ୪ଜଣ ଓଡ଼ିଆ ସାମିଲ ଅଛନ୍ତି।ଚଳିତ ବର୍ଷ ୪ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ବିବେଚିତ ଓଡ଼ିଶାର ଗାରିମାକୁ ଦ୍ବିଗୁଣିତ କରିଛନ୍ତି। ମନୋନୀତ ହୋଇଥିବା ଏହି ୪ଜଣ ମହାନବ୍ୟକ୍ତି ହେଉଛନ୍ତି ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ର । ଏମାନଙ୍କ ନାମ ଘୋଷଣା ପରେ ଏମାନଙ୍କୁ ବିଭିନ୍ନ ଦିଗରୁ ସୁଭେଚ୍ଛାର ସୁଅ ଛୁଟୁଛି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଶ୍ରୀ ଚରଣ ହେମ୍ବ୍ରମ ଓ ଶ୍ରୀ ମହେନ୍ଦ୍ର କୁମାର ମିଶ୍ର ମନୋନୀତ ହୋଇଛନ୍ତି । କଳା କ୍ଷେତ୍ରରେ ଶ୍ରୀ ଶରତ କୁମାର ପାତ୍ର ଓ ଶ୍ରୀ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

Read more

Local News