Thursday, July 2, 2026
36.1 C
Brahmapur

ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

Share

ଗଜପତି: ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ଗଜପତି ମିଳିତ ସହଯୋଗରେ ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅଧ୍ୟାପିକା ଶୁଭ୍ରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କବି ଭବାନୀ କର ଏବଂ କବି ବବିତା ପୁରୋହିତଙ୍କ ସଂଯୋଜନାରେ ୪୦ରୁ ଉର୍ଦ୍ଧ୍ବ ସ୍ବରଚିତ କବିତା ଆବୃତ୍ତି କରାଯାଇଥିଲା। ଦ୍ଵିତୀୟ ଅଧିବେଶନରେ ଆପନ୍ନl ପରିଛାଙ୍କ ସ୍ମୃତି ଚାରଣ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା। ମଞ୍ଚ ଆହ୍ଵାନ ଓ ସ୍ଵାଗତ ସମ୍ଭାଷଣ ସ୍ନିଗ୍ଧା ମିଶ୍ର ଦେଇଥିବାବେଳେ ଡ.କଲ୍ୟାଣୀ ମିଶ୍ର ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ କବି ବିଚିତ୍ରାନନ୍ଦ ବେବର୍ତ୍ତା ସଭା ମୁଖ୍ୟ ଥିଲେ। ସମ୍ପାଦକ ମୁରଲୀଧର ପରିଚ୍ଛା ବିବରଣୀ ପାଠ ପରେ ସ୍ଵତନ୍ତ୍ର ଅତିଥି ବିଘ୍ନେଶ୍ୱର ସାହୁ(ଭୁବନେଶ୍ବର)ଙ୍କୁ ମୁଖ୍ୟ ଅତିଥି ବିରେନ୍ଦ୍ର କୁମାର ଦାସ ଅତିରିକ୍ତ ଜିଲ୍ଲାପାଳ, ସମ୍ବର୍ଥନା ପ୍ରଦାନ କରିଥିଲେ। ତତସହିତ ଆପନ୍ନl ପରିଚ୍ଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବହୁମୁଖି ଦକ୍ଷତା ଲାଭ କରିଥିବା ଛାତ୍ର ହରପ୍ରସାଦ ନଗବଂଶଙ୍କୁ ମଧ୍ୟ ସମ୍ବର୍ଦ୍ଧନା ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ଏହି ଅବସରରେ ବିଘ୍ନେଶ୍ୱର ସାହୁଙ୍କ ପୁସ୍ତକ ସ୍ଵାଭିମାନୀ ଆପନ୍ନl ପରିଚ୍ଛା ଓ ପାରାଳର ସାଂସ୍କୃତିକ ବିବିଧତା ଲୋକାର୍ପଣ ହୋଇଥିଲା। ମୁଖ୍ୟ ବକ୍ତା ଡ .ରୀନା ସାହୁ ତାଙ୍କରି ବକ୍ତବ୍ୟରେ ନାଟ୍ୟକାର ଆପନ୍ନl ପରିଚ୍ଛାଙ୍କ ସ୍ଵତନ୍ତ୍ର ନାଟ୍ୟ ଶୈଳୀ ଏବଂ ବହୁମୁଖି ପ୍ରତିଭା ସମ୍ପର୍କରେ କହିଥିଲେ।ସମ୍ମାନିତ ଅତିଥି ଅର୍ଚ୍ଚନା ମଙ୍ଗରାଜ ,ଜିଲ୍ଲା ସଂସ୍କୃତି ଅଧିକାରୀ,ଗଜପତି , ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,କବି ନରସିଂହ ପଟ୍ଟନାୟକ, ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଆ ଭାଷା ଓ ସାହିତ୍ୟ ର ବିକାଶରେ ଦିବଙ୍ଗତ ପରିଚ୍ଛା ଙ୍କୁ ମନେପକାଇ ଯୁବପିଢୀ ତାଙ୍କର ପଦାଙ୍କ ଅନୁକରଣ କରିବା ପାଇଁ ଉଦବୋଧନ ଦେଇଥିଲେ। ସଙ୍ଗୀତା ପାତ୍ର, ସ୍ଵର୍ଣ୍ଣ ପ୍ରଭା ପାଠୀ, ସଚଳା ପାତ୍ର ,ପ୍ରଭାବତୀ ପଟନାୟକ ଜଗନ୍ନାଥ ପଟ୍ଟନାୟକ,ଅଞ୍ଜନା ପଟନାୟକ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Read more

Local News