Thursday, July 2, 2026
36.1 C
Brahmapur

କୁଇ କନ୍ଧ ଆଦିବାସୀଙ୍କ ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

Share

ଆର,ଉଦୟଗିରି:ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ହାଇସ୍କୁଲ ପଡିଆ ମଧ୍ୟରେ ବହୁ ଆଡମ୍ବର ସହ ଦଶମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ଆଦିବାସୀ ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ବାର୍ଷିକ ଉତ୍ସବ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ଥିବା କୁଇ ସମାଜର ଜନସାଧାରଣଙ୍କୁ ନେଇ ଉତ୍ସବ ପାଳନ ହୋଇଥିଲା। ଏହି ବୈଠକରେ ଅତିଥି ଭାବେ ସମସ୍ତ ଜିଲ୍ଲାର କର୍ମକର୍ତ୍ତା ଙ୍କ ସମେତ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ନର୍ମଦା ଦଳାଇ, ରାମକୃଷ୍ଣ ଦଳାଇ, ପ୍ରସାନ୍ତ ମଲ୍ଲିକ, ହାଡିଆ କନ୍ଧ, ରାଜୀବ ମଲ୍ଲିକ, ଅମୋଷ ମଲ୍ଲିକ, କୁନ୍ତଳା ମଲ୍ଲିକ, ଚନ୍ଦ୍ର ମଲ୍ଲିକଙ୍କ ସମେତ କୁଇ କନ୍ଧ ସମାଜ ପରିଚାଳନା କମିଟିର ସମସ୍ତ ସଦସ୍ୟ ଙ୍କ ସହ ମୋହନା ବ୍ଲକର ସଂଗଠନରେ ସମ୍ପୃକ୍ତ ସମସ୍ତ ସରପଞ୍ଚ,ସମିତି ସଭ୍ୟ ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ, ପୂର୍ବତନ ଜନ ନେତା, ୱାର୍ଡ ମେମ୍ବର ଙ୍କ ସମେତ ଗ୍ରାମ୍ୟ ପରିଷଦରେ ଥିବା କମିଟି ପ୍ରମୁଖ ସହଯୋଗରେ ଆଡମ୍ବର ସହ ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଦିବାସୀ ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ଉପସ୍ଥିତ ଥିବା ହଜାର ହଜାର କୁଇ କନ୍ଧ ସମାଜର ଲୋକଙ୍କୁ ଉଦବୋଧନ ଦେଇଥିଲେ। ନିଜ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ସହ କଲେଜ ଛକ ଠାରୁ ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ବିରାଟ ପଟୁଆରରେ ଯାଇ ସାଧାରଣ ବୈଠକ ସହ ବାର୍ଷିକ ଉତ୍ସବ ପାଳନ କରିଥିଲେ। ଏହି ସଭାକୁ ମୋହନା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ମଲ୍ଲିକ ମଞ୍ଚ ପରିଚାଳନା କରିବା ସଙ୍ଗେ ମୋହନା ପଞ୍ଚାୟତ ସମିତି ସଭ୍ୟ ବାଳକୃଷ୍ଣ ମଲ୍ଲିକ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ଙ୍କୁ ପ୍ରଦାନ କରିବାକୁ ଥିବ ସ୍ମାରକ ପତ୍ର କୁ ସର୍ବ ସମ୍ମୁଖରେ ପଠନ କରିଥିଲେ। ଏହି ଉତ୍ସବରେ ବିଶିଷ୍ଟ ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ ଆଦିବାସୀ ନିରୀହ ସରଳ ପ୍ରକୃତିର ଲୋକ ସେମାନଙ୍କୁ ଉଚିତ୍ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ।

Read more

Local News