Thursday, January 23, 2025
18.2 C
Brahmapur

ଆହତ ହୋଇ ଏମ୍ସରେ ଭର୍ତ୍ତି ହେଲେ ପ୍ରଦୀପ ପାଣିଗ୍ରାହୀ…

Share

ଗତକାଲି ବ୍ରହ୍ମପୁର ସହରରେ ମତଦାନ ଶେଷ ହେବା ବେଳକୁ ବିଜେପି ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆହତ ହୋଇ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଯେ, ତାଙ୍କୁ. ପଞ୍ଜରା ହାଡ ଏବଂ ଫୁସ୍‌ଫୁସ୍‌ରେ ଆଘାତ ଯୋଗୁ ଅଧିକ ଚିକିତ୍ସା ପାଇଁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ବ୍ରହ୍ମପୁର ବିଧାନସଭା ଆସନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ୱାଧୀନ ପ୍ରାର୍ଥୀ ଶିବ ଶଙ୍କର ଦାସ (ପିଣ୍ଟୁ) ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ । ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିବାର ଜଣାପଡିଛି । ଯାହା ଫଳରେ ଆକ୍ରମଣକାରୀ ପିଣ୍ଟୁ ଦାସଙ୍କୁ ଗୋଷାଣିନୂଆଗାଁ ଥାନା ପୋଲିସ ଅଟକ ରଖିଛି । ଗୋଷାଣିନୂଆଗାଁ ଥାନା ସମ୍ମୁଖରେ ଥିବା ଏକ ବୁଥରେ ସନ୍ଧ୍ୟା ୭ଟା ପରେ ମଧ୍ୟ ମତଦାନ ଚାଲିଥିଲା । ଏହା ଜାଣିବା ପରେ ପ୍ରଦୀପ ସେଠାରେ ପହଞ୍ଚି ଥାନାଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ପିଣ୍ଟୁ ପହଞ୍ଚିି ପ୍ରଦୀପଙ୍କ ଛାତିକୁ ମାରିଥିଲେ । ସେଠାରେ ଉପସ୍ଥିତ ପୋଲିସ ଅଧିକାରୀ ପିଣ୍ଟୁଙ୍କୁ କାବୁ କରି ଥାନାକୁ ନେଇ ଯାଇଥିଲେ । ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ସେପଟେ ପିଣ୍ଟୁଙ୍କୁ ଛାଡ଼ିବାକୁ ତାଙ୍କ ସମର୍ଥକମାନେ ଥାନା ଆଗରେ ଜମା ହୋଇ ପାଟିତୁଣ୍ଡ କରିଥିଲେ ବୋଲି ଜଣାଯାଇଛି ।

Read more

Local News