ଆଜି ଭାରତୀୟ ଜନତା ପାର୍ଟି ତଳସରା ବିଧାୟକ ଭବାନୀ ଭୋଇଙ୍କୁ ଉପ ବାଚସ୍ପତି ପ୍ରାର୍ଥୀ କରିଥିବା ନେଇ ବିଧାନସଭାରେ ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିଜେପି ଘୋଷଣା କରିଛି । ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବା ପରେ ଉପ ବାଚସ୍ପତି ପଦ ଖାଲି ପଡ଼ିଥିଲା । ତାହାକୁ ପୂରଣ କରିବା ଲାଗି ଆଜି ବିଧାନସଭା ସଚିବଙ୍କ ପାଖରେ ଭବାନୀ ପ୍ରାର୍ଥୀପତ୍ର ଦାଖଲ କରିବେ । ଆସନ୍ତାକାଲି ଅର୍ଥାତ ଜୁଲାଇ ୨୪ରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।