Thursday, July 2, 2026
36.1 C
Brahmapur

ବଡ଼ିମୁଣ୍ଡା ଉଚ୍ଚ ବିଦ୍ୟାଳୟ ରେ ଭାଷା, ସାହିତ୍ୟ ଓ ସୃଜନଶିଳତା ର ଉତ୍ସବ ପାଳିତ :

Share

ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ବଡ଼ିମୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ଭାଷା, ସାହିତ୍ୟ ଓ ସୃଜନଶିଳତା ର ଉତ୍ସବ ପାଳନ କରାଯାଇଅଛି l ଏଥିରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ଶ୍ରୀଯୁକ୍ତ ବଦନ କୁମାର ପ୍ରଧାନ ଓ ସମ୍ମାନିତ ଅତିଥି ଟିକାବାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ବିନୋନ୍ଦିନୀ ସାମଲ, ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀଯୁକ୍ତ ରୋହିତ ପ୍ରଧାନ , ମୋ ସ୍କୁଲ ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ସି ଆର ସି ସି ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ପାତ୍ର ଉପସ୍ଥିତ ଥିଲେ l ବିଦ୍ୟାଳୟ ରେ ଅନେକ ଦିନରୁ ଆକର୍ଷଣୀୟ କାର୍ଯ୍ୟକ୍ରମ କରାଯାଇଅଛି ଯେଉଁଠି ପିଲାମାନେ ବିଭିନ୍ନ କ୍ଲବ ଓ ହାଉସ ରେ ବିଭକ୍ତ ହୋଇ ବିଦ୍ୟାଳୟ ର ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ବହୁତ ସୁନ୍ଦର ଭାବେ ପରିଚାଳନା କରିଛନ୍ତି l ରାଜ୍ୟ ସରକାର ଙ୍କ ବହୁତ ମହତକାଂକ୍ଷୀ ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଓଡିଶା କିପରି ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ସେଥିପାଇଁ ଯଥେଷ୍ଟ ପ୍ରୟାସ କରିଛନ୍ତି l ସେହି ଆକର୍ଷଣୀୟ ଯୋଜନା ମଧ୍ୟରେ ଏହି ଆକାଂକ୍ଷୀ ପାଠ୍ୟକ୍ରମ କାର୍ଯ୍ୟକ୍ରମ ଚାଲୁଅଛି ଯେଉଁଠି ପିଲାଙ୍କ ରୁଚି, ଆଗ୍ରହ କୁ ଦୃଷ୍ଟିରେ ରଖି ପିଲାଙ୍କ ଦକ୍ଷତା ଓ କୌଶଳ କିପରି ହାସଲ ହେବ ଓ ବିଦ୍ୟାଳୟ ପରବର୍ତୀ ସମୟରେ ଯେପରି ଏକ ଉନ୍ନତ ଓ ଉତ୍ତମ ନାଗରିକ ହୋଇ ଦେଶ ଓ ରାଜ୍ୟର ଉନ୍ନତି ରେ ସହାଭାଗୀ ହେଇପାରିବ l ସେଥିପାଇଁ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟ ରେ ଏହା କାର୍ଯ୍ୟକାରୀ କରାଯାଉଅଛି l ଏହାକୁ ନଜର ରଖି ବଡ଼ିମୁଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନନ୍ଦ କିଶୋର ବେହେରା ଓ ବିଦ୍ୟାଳୟ ର ଅନ୍ୟ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ୱାରା ଏକ ସୁନ୍ଦର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ଅତିଥି ଙ୍କ ବହୁମୂଲ୍ୟ ଅଭିଭାଷଣ ସମସ୍ତ ଶିକ୍ଷାର୍ଥୀ ଓ ଅଭିଭାବକ ଙ୍କୁ ଆକୃଷ୍ଟ କରିଥିଲା l

Read more

Local News