Thursday, July 2, 2026
36.1 C
Brahmapur

ରାଜ୍ୟପାଳ ଙ୍କ ବରାଳଦେବୀ ମନ୍ଦିର ଗସ୍ତକୁ ନେଇଁ ବ୍ଲକ୍ ପ୍ରଶାସନ ଏବଂ AICWC ର ରାଜ୍ୟ ଉପସଭାପତିଓ ବରାଳ ଦେବୀ କମିଟି ସଦସ୍ୟ କଲେ ସ୍ତିତି ଅନୁଧ୍ୟାନ l

Share

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବଲସକୁମ୍ପା ପଞ୍ଚାୟତ ରେ ଥିବା ମା ବରାଳ ଦେବୀ ଙ୍କ ମନ୍ଦିର ପରିକ୍ରମା ନିମନ୍ତେ ରାଜ୍ୟପାଳ ଙ୍କ କନ୍ଧମାଳ ଗସ୍ତ କୁ ନେଇଁ ଖଜୁରୀପଡ଼ା ଗୋଷ୍ଠି ଉନୟନ ଅଧିକାରୀ ଜର୍ଜ ଡୁଙ୍ଗ ଡୁଙ୍ଗ ଅଲ୍ ଇଣ୍ଡିଆ କଞ୍ଜୁମୋର୍ ୱେଲ୍ ଫର୍ କାଉଁସିଲ୍ AICWC ର ଷ୍ଟେଟ୍ ଭାଇସ୍ ପ୍ରେସିଡେଣ୍ଟ ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ନିର୍ଦେଶକ କୁନା ଦିଗାଲ ଙ୍କ ଉପସ୍ତିତ ରେ ମା ବରାଳ ଦେବୀ ମନ୍ଦିର ରେ ସ୍ତିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି l କନ୍ଧମାଳ ଜିଲ୍ଲାର ପ୍ରତ୍ୟକ୍ଷ ଓ ଅଧିଷ୍ଠାତ୍ରୀ ଦେବୀ ମା ବରାଳ ଦେବୀ କେଉଁ ଅନାଦି କାଳରୁ ପୂଜା ପାଇ ଆସୁଛନ୍ତି । ମାଁ ମହିମା ଅପାର।ମାଁ ଙ୍କୁ ଯିଏ ଭକ୍ତିରେ ଡାକେ ମାଁ ତାର ଦୁଃଖ ଶୁଣନ୍ତି । ଦୁଃଖ ନାସିନି ମାଁ ବରାଳ ଦେବୀଙ୍କୁ ଦର୍ଶନ କରିବା ପାଇଁ ଏବଂ ମନ୍ଦିର ପରିଚାଳନା କମିଟି ସହିତ ଆଲୋଚନା ପାଇଁ ଓଡ଼ିଶାର ରାଜ୍ୟପାଳ ମଙ୍ଗଳ ବାର ଦିନ ଗସ୍ତ ରଖିଥିବା ସୂଚନା ପାଇ ସୋମବାର ଦିନ ମାଁ ବରାଳ ଦେବୀ ମନ୍ଦିରକୁ ବିଡ଼ିଓ ଜର୍ଜ ଡୁଙ୍ଗୁ ଡୁଙ୍ଗୁ ସହକାରୀ ଯନ୍ତ୍ରୀ ସୁଭସ୍ମୀତା ନାଥ,ଯନ୍ତ୍ରୀ ସୁଜାତା ବେହେରା,ସରପଞ୍ଚ ଅମ୍ବିକା କହଁର ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ମନ୍ଦିର ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ ପ୍ରଧାନ,ସମ୍ପାଦକ ସଞ୍ଜୟ କହଁର,ସେବାୟତ ନଟବର ନାୟକ,ଦିଲ୍ଲୀପ ଦଳବେହେରା,ଉଦ୍ଧବ ବିଷୋୟୀ ,ବୁଦ୍ଧିଜୀବୀ ଅନ୍ତର୍ଯ୍ୟାମୀ ଦଳ ବେହେରା ଙ୍କ ସହିତ ଆଲୋଚନା କରିଛନ୍ତି । ଏହି ସ୍ଥିତି ଅନୁଧ୍ୟାନ ସମୟରେ ମାଁ ଇଷ୍ଟ ଦେବୀ ଯୁବ କଳା ପରିଷଦର ସଂପାଦକ ବିଦୁର ବେହେରା,ସଦସ୍ୟ କୁନା ଦିଗାଲ,ବରୁଣ ସାହାଣୀ,ବିଜୟ ସାହାଣୀ,ପ୍ରଫୁଲ୍ଲ ବେହେରା,ବାସୁଦେବ ଗଣ୍ଡା , ଅରୁଣ କୁମାର ପ୍ରଧାନ,ସେବାକାରୀ ରଘୁନାଥ ସାହାଣୀ ଉପସ୍ଥିତ ଥିବା ବେଳେ ମା ବରାଳ ଦେବୀ ଯୁବକ ସଂଘ ର ସଭାପତି ବ୍ରହ୍ମାନନ୍ଦ ମାଝୀ,ସଦସ୍ୟ ଭଗବାନ ଗୁରୁ,ସନିଆ ଦେହୁରୀ,ହୃଷୀକେଶ ରଣା ,ପ୍ରଶାନ୍ତ ଦଳ ବେହେରା,ପ୍ରମୁଖ ଉପସ୍ଥିତ ରହି ବଲସ୍କୁମ୍ପା ପଞ୍ଚାୟତ ରେ ଏକ ଜରୁରୀ ବୈଠକ ରେ ଆଲୋଚନା କରିବା ସହିତ ଉପସ୍ତିତ ଥିବା ସମସ୍ତ ସଦସ୍ୟ ସଦସ୍ୟା ବୃନ୍ଦ ମତାମତ ପ୍ରଦାନ କରିଥିଲେ l

Read more

Local News