
କନ୍ଧମାଳ ଜିଲ୍ଲା ଟିକାବାଲି ତା-୨୨/୧/୨୦୨୪ରିଖ ବୈଶାଖ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ଜାନୁୟାରି ବାଇଶି ଅଯୋଧ୍ୟା ରେ ରାମଲାଲା ଙ୍କ ମନ୍ଦିର ପ୍ରତିଷ୍ଠା ରେ ଆଜି ଟିକାବାଲି ଠାରେ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ରେ ଟିକାବାଲି ଛତିଝାର ଛକ ଠାରୁ ଶ୍ରୀରାମ ପ୍ରେମୀ ହଜାର ହଜାର ଭକ୍ତ ବହୁ ସଂଖ୍ୟା ରେ ଯୋଗଦାନ ଦେଇ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ସକାଶେ ଆସିଥିବା ଉତ୍ସାହିତ ଭକ୍ତ ମାନେ ସ୍ବେଛାକୃତ ଭାବେ ପ୍ରଭୁ ରାମ, ମାତା ସୀତା,ଲକ୍ଷଣ, ହନୁମାନ,ଅଙ୍ଗଦ,ଓ ଜମ୍ବେଦ ବେଶ ଧାରଣ କରି ନଦିଆ କୀର୍ତନ ବାଜା ବାଦ୍ୟ ସହ ଟିକାବାଲି ସହର ପରିକ୍ରମା କରିବା ସହିତ ଟିକାବାଲି ବସଷ୍ଟାଣ୍ଡ ଠାରେ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ସକାଶେ ଆୟୋଜନ ହୋଇଥିବା ସ୍ଥାନରେ ପହଞ୍ଚିଥିଲେ ଏବଂ ଠିକ୍ ସାଢ଼େ ୧୨ଘଣ୍ଟିକା ସମୟରେ ପ୍ରଭୁ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ କରାଯାଇଥିଲା ଏଠାରେ ସମସ୍ତ ଭକ୍ତ ମାନଙ୍କ ପାଇଁ ଖାଦ୍ୟପେୟ ଭଜନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଆଜି ର କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇଥିବା ପ୍ରଭୁ ରାମ ଭକ୍ତ ମାନଙ୍କୁ ବହୁତ ବହୁତ ଧନ୍ୟବାଦ୍ ଜଣେଇବା ସଙ୍ଗେ ସଙ୍ଗେ ପ୍ରଭୁ ନିକଟରେ ପ୍ରାର୍ଥନା କରିଛନ୍ତି ସଦାସର୍ବଦା ଭକ୍ତ ମାନଙ୍କୁ ସହାୟକ ହୁଅନ୍ତୁ ଏବଂ ତାଙ୍କର ଚଲାପଥ କୁସୁମିତ କରନ୍ତୁ ଆପଣଙ୍କର ସେବକ ବିଜେପି ଉପ ସଭାପତି ରାଜ୍ୟ ଅନୁସୂଚିତ ଜାତି ମୋର୍ଚା ଶ୍ରୀଯୁକ୍ତ ରାମବିଶି ଦିଗାଳ ଏବଂ ତାରିଣୀ କମିଟି ସଦସ୍ୟ ମାନେ ଓ ଶ୍ରୀରାମ ପ୍ରେମୀ ସଦସ୍ୟ ମାନେ ବହୁ ସଂଖ୍ୟାରେ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ଏଠାରେ ସମସ୍ତ ଭକ୍ତ ମାନଙ୍କ ସହଯୋଗ ର ହାତରେ ହାତ ମିଳାଇ ସାହାଯ୍ୟ କରିବାର ଦେଖିବାକୁ ମିଳିଛି (କନ୍ଧମାଳ ଜିଲ୍ଲା ଟିକାବାଲି ରୁ ରମେଶ ପଣ୍ଡା ଙ୍କ ରିପୋର୍ଟ)

