
ବ୍ରହ୍ମପୁର ତା ୨୩.୦୧.୨୦୨୪ ରିଖ ସ୍ଥାନୀୟ ପି ଭି ଏନ ରାଓ ପେଟ୍ରୋଲ ପମ୍ପ ଛକ ରେ ଥିବା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତୀ ରେ ପ୍ରଗତିଶୀଳ ଉତ୍କଳ ସମାଜ ପକ୍ଷରୁ ୧୨୭ତମ ଜୟନ୍ତୀ ଅବସରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ସୃତୀ ଚାରଣ କରାଯଇଥିଲା I ଭାରତୀୟ ଇତିହାସରେ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସୌର୍ଯ୍ୟ ଓ ନିଜର ବୀରତ୍ବ କୁ ନେଇ ମତ ପ୍ରକାଶ ପାଇଥିଲା I ଏଥି ସହ ନେତାଜୀଙ୍କ ବିଷୟରେ ବିଭିନ୍ନ ନାରା ମଧ୍ୟ ଦିଆଯାଇଥିଲା I ଏଥିରେ ପ୍ରଗତିଶୀଳ ଉତ୍କଳ ସମାଜ ର ରାଜ୍ୟ ସମ୍ପାଦକ ତଥା ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକ , ସମାଜସେବୀ ରାଜେନ୍ଦ୍ର ପଣ୍ଡା , ଶିବ ପ୍ରସାଦ ମିଶ୍ର ଶ୍ୟାମ ସୁନ୍ଦର ଖାଡ଼ଙ୍ଗା , ଜିଲ୍ଲା କାର୍ଯ୍ୟକର୍ତା କେଶବ ରାଓ, ଉମI ନାୟକ, ପ୍ରମୋଦ କୁମାର ମିଶ୍ର , ସୂର୍ଯ୍ୟ ନାରାୟଣ ବେହେରା , ମହେଶ୍ୱର ବଡ଼ତ୍ୟା ,ଅଶୋକ ଦଳାଇ, ସୁନୀଲ ଗୌଡ଼ ପ୍ରମୁଖ ଅଂଶଗ୍ରହଣ କରିଥିଲେ I