Thursday, July 2, 2026
36.1 C
Brahmapur

ନେତାଜୀ ଶିଶୁ ମନ୍ଦିରରେ ପଞ୍ଚଦଶ ବାର୍ଷିକ ଉତ୍ସବ ପାଳନ l

Share

ବ୍ରହ୍ମପୁର: ସୁକୁଣ୍ଡା ରୋଡ଼, ନେତାଜୀ ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୂର୍ଯ୍ୟ ପ୍ରକାଶ ମିଶ୍ରଙ୍କ ଦ୍ଵାରା ପଞ୍ଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ଉପସଭାପତି ଶିକ୍ଷାପ୍ରଦୀପ ଶ୍ରୀଯୁକ୍ତ ଦେବୀ ପ୍ରସାଦ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପାଢୀ ଏବଂ ସମ୍ମାନୀୟ ଅତିଥି ଭାବରେ ଅବସର ପ୍ରାପ୍ତ ରାଜସ୍ବ ବିଭାଗୀୟ ଅଧିକାରୀ ଶ୍ରୀଯୁକ୍ତ ଅଖିଳ କୁମାର ସାବତ, ଏ. ବି. ଇ. ଓ ତଥା ହରିଡାଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ମହାନ୍ କଣ୍ଠ ଶିଳ୍ପୀ ଶ୍ରୀଯୁକ୍ତ ଜୟସେନ ପ୍ରଧାନ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ସାବତ ତତ୍ ସହିତ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ଦକ୍ଷିଣକ୍ଷେତ୍ରର ସଭାପତି ତଥା ନେତାଜୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ତଥା ମହାନ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ସୂର୍ଯ୍ୟ ପ୍ରକାଶ ମିଶ୍ର ସଭାପତିତ୍ବ କରିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯିବା ସହ ଏହି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ନେତାଜୀ ସ୍କୁଲ କମ୍ ଶୁକ୍ଳ , ତ୍ୟାଗ ଏବଂ ନିଷ୍ଠାର ସହିତ ପିଲା ମାନଙ୍କ ଭବିଷ୍ୟ ଉଜ୍ଜ୍ବଳ କରି ଆସିଛି ବୋଲି ଉପସ୍ଥିତ ଅତିଥି ଏବଂ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନେ ବକ୍ତବ୍ୟ ରଖିଥିଲେ। ବିଭିନ୍ନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ନିଜର ଦକ୍ଷତା ପାଇଁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ନୃତ୍ୟ ପରିବେଷଣ, ନାଟକ, ସଙ୍ଗୀତ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଅନୁଷ୍ଠାନର ଶିକ୍ଷକ ତଥା ମହାନ କଳାକାର ଏବଂ ବହୁ ପ୍ରତିଭାର ଅଧିକାରୀ ଶ୍ରୀଯୁକ୍ତ ପଦ୍ମଚରଣ ପାଣିଙ୍କୁ ସମ୍ମାନିତ କରାଯିବା ସହ ସେ ନିଜ ପ୍ରତିଭା ବଳରେ କାର୍ଯ୍ୟକ୍ରମକୁ ଆନନ୍ଦମୟ କରିଥିଲେ। ଉକ୍ତ ଅନୁଷ୍ଠାନର ସହ-ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସ୍ଵପ୍ନେଶ ମିଶ୍ର ଏବଂ ସାହିତ୍ୟିକ ଶ୍ରୀ ଏନ୍. ଶିବଶଙ୍କର ରେଡ଼ି ସଂଯୋଜନା କରିଥିଲେ। ସଂଯୁକ୍ତା ଦେବୀ, ସମେତ ଉକ୍ତ ଅନୁଷ୍ଠାନର ଅନେକ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ପରିଶେଷରେ ସହ – ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସ୍ଵପ୍ନେଶ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Read more

Local News