
ବ୍ରହ୍ମପୁର,୨୬/୧/୨୦୨୪_ସ୍ଥାନୀୟ କୁଇନମିଶନ ହାଇସ୍କୁଲ ଠାରେ ଆୟୋଜିତ ୭୫ତମଗଣତନ୍ତ୍ରଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଂସାର ର୫୬ତମ ସ୍ଵନକ୍ଷତ୍ର ପାଳନ ପରିପ୍ରେକ୍ଷୀରେ ଏହି ଠାରେ ସାଂସ୍କୃତିକ ଅନୁଷ୍ଠାନ ର ପ୍ରତିଷ୍ଠାତା ସମ୍ପାଦକ ତଥା ୟୁନିସେଫ ପୁରସ୍କାର ପ୍ରାପ୍ତ ସମାଜସେବୀ ରମେଶ ଚନ୍ଦ୍ର ସାହୁ ଙ୍କ ପୌରହିତ୍ୟରେ କୁଇନମିଶନ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ,ବତ଼କୃତା, ଦେଶାତ୍ମବୋଧକ ସଙ୍ଗୀତ ଆଦିରେ କୃତି ପ୍ରତିଯୋଗିମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତି ମଞ୍ଜୁବାଳା ପଟ୍ଟନାୟକ , ସମ୍ମାନନୀୟ ଅତିଥିଭାବେ ଏନସିସି ଶିକ୍ଷକ କୈଳାସ ଚନ୍ଦ୍ର ସାହୁ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଗଣତନ୍ତ୍ର ଦିବସ ପାଳନର ଗୁରୁତ୍ୱ ସମ୍ପର୍କରେ ଉଦବୋଧନ ଦେଇଥିଲେ । ପରିଶେଷରେ ସାଂସ୍କୃତିକ ଅନୁଷ୍ଠାନ ସଂସାର ପକ୍ଷରୁ ପୂର୍ଣ୍ଣବାସୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

