
କନ୍ଧମାଳ ଜିଲ୍ଲା ମାନବାଧିକାର ମିସନ ଜିଲ୍ଲା କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାର ନୂତନ ବର୍ଷର ଅଭିନନ୍ଦନ ଏବଂ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ କେସ୍ ଜର୍ଜମେଣ୍ଟ ଅଡର ଉପରେ ଯେଉଁ କଣ୍ଟେମଣ୍ଟ କେସ୍ ଫାଇଲ୍ କରାଯାଇଛି ।ଉକ୍ତ ବିଷୟରେ ଆଲୋଚନା କରିବା ପାଇଁ ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜ କନ୍ଧମାଳ ଜିଲ୍ଲା ଆସିଥିଲେ। ପ୍ରଥମେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ଏବଂ ମାନବାଧିକାର ମିସନ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ନିଷ୍ପତ୍ତି ପ୍ରକାରେ ଫୁଲବାଣୀ ସହରର ଜଗନ୍ନାଥ ମନ୍ଦିରରେ ଅଖଣ୍ଡ ଦୀପଜାଳି ପୂଜା ଅର୍ଚ୍ଚନା କରାଯାଇଥିଲା ତତ୍ ସହିତ ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜଙ୍କୁ ଉପଢୌକନ ଏବଂ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ସଭାପତି ପ୍ରଭାତ କୁମାର ସାହାଣୀ,ଉପ ସଭାପତି ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ,କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍, ପରାମର୍ଶଦାତା ତଥା ମାନବାଧିକାର ମିସନ ମିଡ଼ିଆ ସମ୍ପାଦକ ସାମ୍ବାଦିକ କୁନା ଦିଗାଲ, ଟାଉନ ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଉପ ସଭାପତି ସାଫରିନ ଖାନ୍, କୋଷାଧ୍ୟକ୍ଷ ଜୟନ୍ତୀ ଚୈଧୁରୀ, ନୃସିଂହ ଡାକୁଆ, ସଞ୍ଜୟ କୁମାର ପ୍ରଧାନ, ଦୈତାରି ଦିଗାଲ ଉପସ୍ଥିତ ରହି ଶୃଙ୍ଖଳିତ ସହଯୋଗ କରିଥିଲେ।