Thursday, July 2, 2026
36.1 C
Brahmapur

ଛାତ୍ରଛାତ୍ରୀଙ୍କ ପ୍ରି ବୋର୍ଡ ପରୀକ୍ଷା ଥିବା ହେତୁ ଛାତ୍ରଛାତ୍ରୀ ମାନେ ନିର୍ଦ୍ଧାରିତ ନେଇ ଧାରଣା ଦେଇଛନ୍ତି.

Share

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଦାଙ୍ଗି ଉଚ୍ଚ ବିଦ୍ୟାଳୟ ଛତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଅବ୍ୟବସ୍ଥା ନେଇ ଧାରଣା ଦେଇଛନ୍ତି.ଆଜି ଛାତ୍ରଛାତ୍ରୀଙ୍କ ପ୍ରି ବୋର୍ଡ ପରୀକ୍ଷା ଥିବା ହେତୁ ଛାତ୍ରଛାତ୍ରୀ ମାନେ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟ ପହଞ୍ଚି ଥିଲେ.ତେବେ ଦିନ 11 ଟା ପର୍ଯ୍ୟନ୍ତ ବିଦ୍ୟାଳୟକୁ କୌଣସି କର୍ମଚାରୀ କିମ୍ବା ଶିକ୍ଷକ ଆସି ନଥିଲେ.ଫଳରେ ଛାତ୍ରଛାତ୍ରୀ ମାନେ ଧାରଣା ଦେଇଥିଲେ ଏହାକୁ ଗ୍ରାମବାସୀ ମଧ୍ୟ ସହଯୋଗ କରି ଚକାପାଦ-ଭଞ୍ଜନଗର ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ.ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଧାରଣା ଜାରି ରହିଛି.ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ତୁରନ୍ତ ଶିକ୍ଷକ ପଦବୀ ପୂରଣ କରିବା ପ୍ରତିଶୃତି ପ୍ରଶାସନ ପକ୍ଷରୁ ନମିଳିବା ଧାରଣା ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି l

Read more

Local News