Thursday, July 2, 2026
36.1 C
Brahmapur

କନ୍ଧମାଳ : ନିଜ ଜାଗା ଥାଇ ବାର ଦୁଆର.. ପ୍ରଶାସନ ଙ୍କ ପ୍ରତିଶୃତି ହେବନି ଚଉଦୁଆର.

Share

କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ତହସିଲଦାର ଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବା ସହିତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ଗେଟ୍ ରେ ବସି ରହିଥିବା ଦେଖିବାକୁ ମିଳିଛି l ନିଜ ପଟ୍ଟା ଜାଗା ରେ ଅନ୍ୟ ଜଣେ ଖଳ ପ୍ରକୃତି ର ଲୋକ ଜୋର ଜବରଦସ୍ତ ଘର ନିର୍ମାଣ କରୁଥିବା ନେଇଁ ବିଡିଓ, ତହସିଲଦାର ଏବଂ ଜିଲ୍ଲାପାଳ ଙ୍କୁ ଅଭିଯୋଗ ଦେଇଥିଲେ ମଧ୍ୟ ବେ ଆଇନ୍ ଭାବେ ଅନ୍ୟର ଜାଗାରେ ଘର ନିର୍ମାଣ କରୁଥିବା ଖଳ ପ୍ରକୃତି ର ଲୋକ ଜଣେ ରାଜନୀତି ଜ୍ଞ ହେଇଥିବାରୁ ପ୍ରଶାସନ ତାଙ୍କ ସହିତ ସଲା ସୂତରା ହେଇ ନିରୀହ ଲୋକଙ୍କୁ ହଇରାଣ କରୁଥିବା ଏବେ ସାମ୍ନାକୁ ଆସୁଚି ଯାହା କି ଏହି ଭିଡିଓ ଫୋଟ ରୁ ଜଣା ପଡ଼ୁଚି l ତେଣୁ ଏଭଳି ଗରିବ ନିରୀହ ଜନ ସାଧାରଣ ଙ୍କୁ ଜିଲ୍ଲାପାଳ ଙ୍କ ତରଫରୁ ନ୍ୟାୟ କେବେ ମିଳିବ ଏବଂ ନିଜ ଜାଗା ଏହି ପରିବାର କେବେ ପାଇବେ ତାହା ଏବେ ଦେଖିବା ରେ ବାକି ରହିଛି l

Read more

Local News