
ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ନାରାୟଣ ପୁର ପଞ୍ଚାୟତ ନିବାସ ସତ୍ୟନାରାୟଣ ପୁର ଉଚ୍ଚାପ୍ରଥମିକ ବିଦ୍ୟାଳୟ ରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ସଂରକ୍ଷଣ ଲାଗି ଆରମ୍ଭ ହୋଇଯାଇଛି l ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ପଞ୍ଚାୟତ ରୁ ନେଇ ଜିଲ୍ଲା ଏବଂ ରାଜ୍ୟ ସମସ୍ତେ ହେବେ ଓଡ଼ିଆ ମନସ୍କ । ଆଜିଠାରୁ ତିନିଦିନ ବ୍ୟାପି ଓଡ଼ିଆ ଭାଷା କୁ ନେଇ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ସତ୍ୟନାରାୟଣ ପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଓ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଆରମ୍ବ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ମାନଙ୍କରେ ବହୁ ବିଶିଷ୍ଟ ବ୍ୟକ୍ତି, ସ୍କୁଲ ର ଛାତ୍ର ଛାତ୍ରୀ ମାନେ ସାହିତ୍ୟ କ୍ଷେତ୍ର ରେ ଗଳ୍ପ, କବିତା, ରଚନା କରି ଅନ୍ୟମାନଙ୍କ ମଧ୍ୟରେ ନୀଜର ପରିଚୟ ସୃଷ୍ଟି କରିପାରିଥିବା ସାହିତ୍ୟିକ ଉପସ୍ଥିତ ରହି ଓଡ଼ିଆ ଭାଷା ସାହିତ୍ୟ ବିଷୟ ଓ ଗୋପବନ୍ଧୁ ଦାସ, ବହୁ ମାନ୍ୟଗଣ ବ୍ୟକ୍ତି ଫୋଟ ଆଙ୍କି, ଛାତ୍ର ଛାତ୍ରୀ ମାନେ ନିଜର ପରିଚୟ ସୃଷ୍ଟି କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ସି ଆର ସି ମେଡମ, ନୟନା ପଟ୍ଟନାୟକ, ସ୍କୁଲ ର ପ୍ରଧାନ ଶିକ୍ଷକ,ମଳୟ କୁମାର ମହାପାତ୍ର, ଶିକ୍ଷୟିତ୍ରୀ , କୁମାରୀ ଅରୁଣା ଭଟ ,କେ. ମିନତୀ ପାତ୍ର, ବବିତା ଶତପଥୀ, ଶିକ୍ଷକ, ଭାବେ,ବିଷ୍ଣୁ ଚନ୍ଦ୍ର ଆଚାର୍ଯ୍ୟ ସାର ଓ କମିଟି ବୃନ୍ଦ, କିଛି ସମାଜ ସେବି କାର୍ଯ୍ୟ କ୍ରମରେ ଉପସ୍ଥିତ ରହି କବି, ଗାଳ୍ପିକ ଓ ସାହିତ୍ୟ କାର ମାନଙ୍କୁ ସମ୍ମାନିତ ଓ ଏଥିରେ ଶିକ୍ଷକ, ଟୁକୁ ସଠି ସୋହାଜଗ ରେ ଅଂଶ ଗ୍ରହଣ କରିଥିଲେ l




