
ପବିତ୍ର ମକର ସଂକ୍ରାନ୍ତି ପର୍ବ ପାଳନ ଅବସରରେ ବ୍ରହ୍ମପୁର ସ୍ଥାନୀୟ ଗିରି ମାର୍କେଟ ସ୍ଥିତ ପ୍ରକାଶମ ହଲ୍ ଠାରେ ଆୟୋଜିତ “ଭୋଗି ସମାରୋହରେ” ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଶ୍ରୀଯୁକ୍ତ ଡାଃ. ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ବହୁ କର୍ପୋରେଟର, ତେଲୁଗୁ ଭାଷା ପ୍ରତିଷ୍ଠାନ ସଂସ୍ଥାର କାର୍ଯ୍ୟକର୍ତ୍ତା, ସଦସ୍ୟ, ସଦସ୍ୟା, ବରିଷ୍ଟ ଓ ବିଶିଷ୍ଟ ଶିକ୍ଷାବିତ୍, ବୁଦ୍ଧିଜୀବୀ, ଡାକ୍ତର ତଥା ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ପ୍ରସ୍ତୁତ “ଭୋଗି..”କୁ ଅଗ୍ନି ଦେବତାଙ୍କୁ ସ୍ମରଣ ପୂର୍ବକ ଅଗ୍ନି ସଂଯୋଗ କରି ଉଦଘାଟନ କରିବା ସହିତ ସମସ୍ତଙ୍କୁ ମକର ସଂକ୍ରାନ୍ତି, ଭୋଗି ତଥା ପୋଙ୍ଗଲ ପର୍ବର ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହିତ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଶ୍ରୀପୟରରେ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ l
