Thursday, July 2, 2026
36.1 C
Brahmapur

ବ୍ରହ୍ମପୁରର ୱାର୍ଡ ନମ୍ବର- ୪, ୧୪, ୨୦, ୩୧ ଓ ୩୬ ରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ତଥା ଭାବମୟପୁରୀ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ତଥା ଲୋକାର୍ପଣ ଉତ୍ସବ

Share

ପୁରୀ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ତଥା ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ଚାଉଳ ଓ ଗୁଆ ଅର୍ପଣ ପାଇଁ ଆୟୋଜିତ “ଅର୍ପଣ ରଥ”କୁ ବ୍ରହ୍ମପୁରର ୱାର୍ଡ ନମ୍ବର- ୪, ୧୪, ୨୦, ୩୧ ଓ ୩୬ ରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ତଥା ଭାବମୟ ପରିବେଶରେ ୱାର୍ଡର ପ୍ରତି ସାହିରେ ମା ଓ ଭଉଣୀ ମାନେ ସ୍ଵତଃ ପ୍ରବୃତ ଭାବେ ଦ୍ଵାର ମୁହଁରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପୂର୍ବକ ଚାଉଳ ଓ ଗୁଆ ଅର୍ପଣ କରିଥିଲେ, ଜୟ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇ ଭାବମୟ ପରିବେଶ ସୃଷ୍ଟି କରିଥିଲା..”ମହାପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ ଅର୍ପଣ ରଥ..”,ଏହି ଆଧ୍ୟାତ୍ମିକ ସମାରୋହରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଉପ ମେୟର ଶ୍ରୀ ଇ. ବିବେକ ରେଡ୍ଡୀ, ଶ୍ରୀଯୁକ୍ତ ଡ଼ାଃ. ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ଶ୍ରୀ ସୁବାସ ମହାରଣା ବହୁ କର୍ପୋରେଟର, ସ୍ଥାନୀୟ ବିଜେଡି ନେତୃବୃ୍ଦ ତଥା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଭକ୍ତଗଣ ସମାହିତ ହୋଇ ଗଡିଚାଲିଥିଲା l ଭବ୍ୟ “ଅର୍ପଣ ରଥ l

Read more

Local News