
ଗାଇସିଲେଟ, ୧୫/୧ (ପଶ୍ଚିମ ଓଡିଶା ବାର୍ତ୍ତା): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସରଧାପାଲି ଉକ୍ତଳ କରାଟେ ଖେଳ ପଡିଆରେ ଆୟୋଜିତ ୨ୟ ଦିବସୀୟ ପ୍ରଥମ ଗଙ୍ଗା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ଫ୍ରେଣ୍ଡସ ୧୧ ଫୁଟବଲ ଏକାଡେମୀ ସରଧାପାଲି ଯୁବକ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ୨ୟ ଦିବାସୀୟ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବ ରେ ବରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଗାଇସିଲେଟ ବିଡିଓ ଲକ୍ଷ୍ମଣ ମାଝି, ଥାନାଧିକାରୀ ପ୍ରଶାନ୍ତ ସାମଲ, ସମାଜସେବୀ ପରଦେଶୀ ପଧାନ, ଦ୍ଵାଦଶ ପ୍ରଧାନ, ଡାକ୍ତର ସାହୁ ଯୋଗ ଦେଇଥିଲେ । ଏହି ଖେଳରେ ସର୍ବମୋଟ ୮ ଟି ଫୁଟବଲ କ୍ଲବ ଯୋଗ ଦେଇଥିବା ବେଳେ ଫାଇନାଲରେ ସମ୍ବଲପୁର ଚାର୍ଭାଟି ଏବଂ ତେନ୍ତୁଲିଖୁଣ୍ଟି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବରେ ପ୍ରଣୟ କୁମାର ସାହୁ, ସମ୍ମାନିତ ଅତିଥି ବିଜେପି ନେତା ଡ.ସୁଶିଲ ଶର୍ମା, ବିଜେଡି ନେତା କୃପାସିନ୍ଧୁ ଭୋଇ, ସମିତି ସଭ୍ୟ ଦେବେନ୍ଦ୍ର ଯୋଷୀ, ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ତ୍ତିକ ବେହେରା ଯୋଗ ଦେଇଥିବା ବେଳେ । ଫାଇନାଲ ଖେଳରେ ସମ୍ବଲପୁର ଚାର୍ଭାଟି ଚମ୍ପିୟାନ ହୋଇଥିଲା । ଖେଳ ଶେଷରେ ଅତିଥି ମାନଙ୍କ ଦ୍ୱାରା ବିଜେତା ଦଳକୁ ଟ୍ରଫି ସହ ୭ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ୫ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଖିରୋଦ୍ର ପ୍ରଧାନ, ବରାଟୁ ନାୟକ, ଡୋଲାମଣି ସାହୁ , ସତ୍ୟାନନ୍ଦ ପଧାନ, ଶରତ ଚନ୍ଦ୍ର ପୋଢ଼, ବିଶ୍ବରଂଜନ ପଧାନ, ପବନ ନାୟକ, ସୁଜିତ କୁମାର ଭୋଇ, ଜିତେନ୍ଦ୍ର ପଧାନ, ସମିତ କୁମାର ଭୋଇ, ଅବିନାଶ ଭୋଇ, ବାବୁଲୁ ଭୋଇ, ଟିକିଲାଲ ମହଲା ପ୍ରମୁଖ ସହଯୋଗ କରିଥିଲେ।
