ବ୍ରହ୍ମପୁର: ରଙ୍ଗେଈଲୁଣ୍ଡା ବ୍ଲକ ମେଣ୍ଡରାଜପୁର ପଞ୍ଚାୟତ ସ୍ଥିତ ନାକାରାମ ଗ୍ରାମରେ ୧୦ ତାରିଖ ଠାରୁ ମା ଶ୍ୟାମାଲାମା ମନ୍ଦିର ପ୍ରତିଷ୍ଠା ସହ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ l ପ୍ରତ୍ୟକ ଦିନ କମିଟି ତରଫରୁ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଛି । ୧୪ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମା ଶ୍ୟାମାଲାମା ଓ଼ ନକାଲାମା ଦେବୀଙ୍କ ଯାତ୍ରା ମହୋତ୍ସବ ପାଳିତ ହେବ ବୋଲି ନାକାରାମ ଗ୍ରାମବାସୀ ପକ୍ଷରୁ କୁହାଯାଇଛି l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟା ରେ ଯୋଗଦାନ କରି ଭଗବତୀଙ୍କ କୃପାଲାଭ କରିବାକୁ କମିଟି ପକ୍ଷରୁ ପ୍ରକାଶ କରାଯାଇଛି l ଏହି କାର୍ଯ୍ୟକ୍ରମ ପାଇଁ ଗ୍ରାମମୁଖ୍ୟ ଜି କୃଷ୍ଣମୂର୍ତ୍ତି ରେଡ଼ି. ଡି ଉମାପତି ରେଡ଼ି. କେ ଭୀମେୟା ରେଡ଼ି. କେ ଅସନ୍ତୁ ରେଡ଼ି. କେ ଗୋପାଳ ରେଡ଼ି. ଜି ଜଗନ୍ନାଥ ରେଡ଼ି ଓ଼ ଗ୍ରାମବାସୀ ଯାତ୍ରା ଓ଼ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୃଙ୍ଖଳିତ କରିବା ପାଇଁ ଆଲୋଚନା ହୋଇଥିଲା l ଏହି ଅବସରରେ ବିଭିନ୍ନ ସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରଙ୍ଗ ବେରଙ୍ଗର ଆଲୋକମାଳାରେ ଯାତ୍ରାକୁ ଆକର୍ସଣୀଅ କରାଯିବ,,,,,, ବୋଲି ଗ୍ରାମବାସୀ ପକ୍ଷରୁ ପ୍ରକାଶ କରାଯାଇଛି । ରଣ୍ଢାରୁ ଦର୍ପଣ ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟ
ମେଣ୍ଡରାଜପୁର ପଞ୍ଚାୟତ ସ୍ଥିତ ନାକାରାମ ଗ୍ରାମରେ ୧୦ ଠାରୁ ୧୩ ପର୍ଯ୍ୟନ୍ତ ମା” ଶ୍ୟାମାଲାମା ମନ୍ଦିର ପ୍ରତିଷ୍ଠା ସହ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ
Share
Read more