Thursday, April 9, 2026
35.4 C
Brahmapur

କୋଠରୀସିଙ୍ଗି ଗ୍ରାମରେ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

Share

ରଙ୍ଗେଈଲୁଣ୍ଡା: ରଙ୍ଗେଈଲୁଣ୍ଡା ବ୍ଲକ କୋଠରସିଙ୍ଗି ଗ୍ରାମରେ ଆଜିଠାରୁ ଦୁଇ ଦିନ ବ୍ୟାପି ଶ୍ରୀ ସଙ୍କଟ ମୋଚନ ବୀର ହନୁମାନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ, ଅଷ୍ଟପ୍ରହରି ନାମଯଜ୍ଞ ଆରମ୍ଭ ହୋଇଯାଇଛି l ଏ ଅବସରରେ ଜଳଯାତ୍ରା ମଣ୍ଡଳାଧିବାସ ଅଙ୍ଗୁରାରପଣ ପ୍ରତିଷ୍ଠା, ନାମଯଜ୍ଞଧିବାସ,ବୁଧବାର ମଣ୍ଡଳପୂଜା, ବୋଇଦିକାଗ୍ନୀ ସ୍ଥାପନ, ଘୃତଯଜ୍ଞ, ପୂର୍ଣ୍ଣାହୁତି,ପରେ ଅଷ୍ଟପ୍ରହ ନାମଯଜ୍ଞ ଓ଼ ପ୍ରସାଦସେବନ ଗୁରୁବାର ନାମଯଜ୍ଞପୂର୍ଣ୍ଣାହୁତି,ଦଧିହାଣ୍ଡିଭଗ୍ନ. ନଗର କୀର୍ତନ ଅନୁଷ୍ଠିତ ହବ l ଏହି ଉତ୍ସବ ରେ ମୁଖ୍ୟ ପଣ୍ଡିତ ଚିକିଟି ଲୋକନାଥପୁରର ପଣ୍ଡିତ ଅଶୋକ କୁମାର ପାଢ଼ୀ ପୂଜାର୍ଚନା କରୁଛନ୍ତି l ଏହି କାର୍ଯ୍ୟକ୍ରମରେ ଅଖୋପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ବୀର ହନୁମାନଙ୍କୁ ଦର୍ଶନ କରି କୃପା ଲାଭ କରିଛନ୍ତି l କୋଠାରସିଙ୍ଗି ଗ୍ରାମବାସୀ ଓ଼ ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସହଯୋଗ କରିଛନ୍ତି lରଣ୍ଢାରୁ ସୁକାନ୍ତ କୁମାର ଦାଶ ଙ୍କ ରିପୋର୍ଟ

Read more

Local News