ଅନୁଗୋଳ ଜିଲ୍ଲା ବଳରାମପ୍ରସାଦ ପଞ୍ଚାୟତ ଅମାନ୍ତପୁର ଗ୍ରାମରେ ମା ମଙ୍ଗଳା ବାର୍ଷିକ ଯାତ୍ରା ମହୋଶ୍ଚବ ମହା ଆଡମ୍ବରରେ ପାଳନ ହୋଇଅଛି। ଆବାଳ ବୃଦ୍ଧ ବନିତା ଅର୍ଥାତ ଛୁଟ ପିଲାଠାରୁ ବଡ଼ ଲୋକ ପର୍ଯ୍ୟନ୍ତ ମା ମାଓସି ଭାଇ ଭଉଣୀ ଜ୍ଞାତି କୁଟୁମ୍ବ ବନ୍ଧୁ ବାନ୍ଧବ ପ୍ରିୟଜନ ସାଙ୍ଗସାଥି ଗ୍ରାମକୁ ବାର୍ଷିକ ମଙ୍ଗଳା ଯାତ୍ରା ଓପଲକ୍ଷେ ଛୁଟି ଆସିଥିଲେ!ଗ୍ରାମ ମା ମଙ୍ଗଳା କମିଟି ଗ୍ରାମ ଯୁବଗୋଷ୍ଠି ଗ୍ରାମର ସମସ୍ତ ସଦସ୍ୟଙ୍କୁ ନେଇ ଏହି ବାର୍ଷିକ ମଙ୍ଗଳା ଯାତ୍ରା ଆୟୁଜନ ହୋଇଥିଲା!ମା ମଙ୍ଗଳାଙ୍କ ମନ୍ଦିରକୁ ପବିତ୍ର କରାଯାଇ କଞ୍ଚା ଫୁଲ ତୋରଣ ଝୁଟି ମୁରୁଜ ଲିଚୁ ଲାଇଟରେ ସୁସଜିତ କରାଯାଇଥିଲା! ଗ୍ରାମକୁ ମଧ୍ୟ ରଙ୍ଗ ବେରଙ୍ଗ ପତାକା ଝାଲର ତୋରଣ ଫାଟକ ଲିଚୁରେ ସୁସଜିତ କରାଯାଇଥିଲା!ବହୂ ଭକ୍ତଙ୍କ ସମାଗମରେ ଗ୍ରାମ ଲାଗୁଥିଲା ଊତ୍ସବ ମୁଖର। ରୀତି ନୀତି ନିର୍ଘଣ୍ଟରେ ବ୍ରାହ୍ମଣ ମନ୍ଦିର ଦେହୁରୀ ପୂଜକଙ୍କ ଦ୍ୱାରା ହୋମ ଯଂଜ୍ଞ ପୂଜା ହୋଇଥିଲା!ଭଳିକି ଭଳି ନୁଆଁ ପୋଷାକ ପରିଧ୍ୟାନ କରି ସମସ୍ତେ ଆଜିର ବାର୍ଷିକ ମଙ୍ଗଳା ଯାତ୍ରାର ଶୋଭାୟାତ୍ରାରେ ନିଜକୁ ସାମିଲ କରିଥିଲେ! ମା ମଙ୍ଗଳାଙ୍କୁ ଏକ ବିଶାଳ ପଟୁଆର କରାଯାଇ ମା ଙ୍କ ମନ୍ଦିରକୁ ନିଆଯାଇଥିଲା!ଶୋଭାଯାତ୍ରା ରେ ସାମିଲ ଥିଲା ଗୋପାଳ ଭାଇଙ୍କ ଲଉଡ଼ିଖେଳ, ଘଣ୍ଟବାଦ୍ୟ,ଆଦିବାସୀ ନୃତ୍ୟ, ପୁରୀ କଳାକାରଙ୍କ ଦେବଦାସୀ ନୃତ୍ୟ, ମ୍ୟୁଜିକ, ସାଉଣ୍ଡ, ପାଇକ ଆଖଡ଼ା, ଭାଙ୍ଗଡ଼ା, ଇଭେଣ୍ଟ କଲର ବାଣ ଆହୁରି ଅନେକ ପ୍ରକାର କଳାକାରଙ୍କ କଳାକୃତି!ଶୋଭାଯାତ୍ରା ଥିଲା ଅତି ମନୋରମ ଯାହା ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା!ଯାତ୍ରା ପଡିଆରେ ଭଳିକି ଭଳି ଜିନିଷ ବିକ୍ରୟ କରୁଥିଲେ ସୁଦୂରରୁ ଆସିଥିବା ବେପାରୀ ଭାଇମାନେ!ଖେଳଣା ଜିନିଷ ଖାଇବା ଜିନିଷ ଦୋଳିର ମଜା ନେଉଥିଲେ ମଙ୍ଗଳା ଯାତ୍ରା ଦେଖି ଆସିଥିବା ଭକ୍ତ ମାନେ ।!ସନ୍ଧ୍ୟାବେଳେ ମଙ୍ଗଳା ଆଳତି ଭଜନ ସନ୍ଧ୍ୟା ରାତ୍ରରେ ସଂସ୍କୃତିକ କାର୍ଯ୍ୟକ୍ରମ ତପସ୍ୱିନୀ ଅପେରାର ଭରପୁର ଆନନ୍ଦ ନେଉଥିଲେ ମଙ୍ଗଳା ଯାତ୍ରା ଦେଖି ଆସିଥିବା ଭକ୍ତଗଣ ।ଏହି ଯାତ୍ରା ଦୋଇଦିନ ହେବ। ପୋଲିସ ଭାଇମାନଙ୍କ ଦ୍ୱାରା ଏବଂ ଗ୍ରାମ ଯୁବକମାନଙ୍କ ଦ୍ୱାରା କମିଟି ଭାଇମାନଙ୍କ ଦ୍ୱାରା ଶାନ୍ତି ଶୃଙ୍ଖଳାର ଶହ ସମାପନ ହେବ। ଏହି ମଙ୍ଗଳା ଯାତ୍ରା ଧୂମଧାମରେ ଚାଲିଛି ଆଗକୁ ମଧ୍ୟ ଚାଲିବ ବୋଲି ଗ୍ରାମ ସଭାପତି କହିଛନ୍ତି। ଆଜି ମଙ୍ଗଳା ଯାତ୍ରାରେ ମା ମଙ୍ଗଳା କମିଟି ଭାଇମାନଙ୍କ ଦ୍ୱାରା ଭକ୍ତଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ତା ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।ଶେଷରେ ମା ମଙ୍ଗଳାଙ୍କୁ ନେଇ ମନ୍ଦିରରେ ତାଙ୍କ ଆସନରେ ବିରାଜିତ କରାଯାଇଥିଲା। ଏ ଦୃଶ୍ୟ ଅମାନ୍ତପୁର ଗ୍ରାମର। କଣ କହେ କିମ୍ବଦନ୍ତୀ ଏବଂ ପୁରାଣ ମା ମଙ୍ଗଳାଙ୍କ ପୂଜକଙ୍କ ଠାରୁ ଶୁଣିବ।ଅନୁଗୋଳରୁ ଦେବାଶିଷ ସାହୁଙ୍କ ରିପୋର୍ଟ ଓଡିଶା ଦର୍ପଣ ନିୟୁଜ।