Tuesday, April 7, 2026
34.5 C
Brahmapur

ସେଵକ ନଗର୍ ରେ ସ୍ୱର୍ଗତ ଦିଲ୍ଲୀପ ହାତୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

Share

ବ୍ରହ୍ମପୁର୍ ୫/୪ ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ଜିଲ୍ଲା କୋଷାଧ୍ୟକ୍ଷ ତଥା ସେବକ ନଗର ବାସିନ୍ଦା ସ୍ଵର୍ଗତଃ ଦିଲୀପ ହାତୀଙ୍କ ଏକାଦଶାହରେ ସେବକ ନଗର ସ୍ଥିତ ବାସଭବନ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି ।ଏହି ଅବସରରେ ସ୍ୱର୍ଗତଃ ହାତୀଙ୍କ ସହଧର୍ମିଣୀ ,ତିନି ପୁତ୍ରଙ୍କ ସମେତ ବହୁ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ । ବିଶିଷ୍ଟ କ୍ରୀଡ଼ାବିତ ତଥା କାର୍ଗିଲ ସ୍ପୋର୍ଟିଂ କ୍ଳବ ର କୋଷାଧ୍ୟକ୍ଷ ଏବଂ ବିଭିନ ସାମାଜିକ ସଂଗଠନର ସଦସ୍ୟ ଭାବେ ସ୍ୱର୍ଗତ ହାତୀ ଙ୍କ ବହୁ ଅବଦାନ ରହିଥିବା ଏଠାରେ ଅତିଥି ମାନେ ମତ ଦେଇଥିଲେ । କଲ୍ୟାଣ ପରିଷଦର ଜିଲା ନେତୃବୁନ୍ଦ ଓ ବହୁ ସାମାଜିକ ସଂଗଠନ ର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ସେବକ ନଗର ଉନୟନ ସଂଘ ର କୁଳାଧିକାରୀ ଓ ସାହି ବାସିନ୍ଦା ଅନୁରୁପ ଏଠାରେ ଉପସ୍ଥିତ ଅମର ଆତ୍ମାର ସଦଗତି ଲାଗି ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଥିଲେ । ଦଳିତ ନେତା ତଥା ସମାଜସେବୀ ଚିନ୍ତାମଣି ନାୟକ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ୱାଦିକ ତଥା ଆଇନଜୀବୀ ସୁଦୀପ କୁମାର୍ ସାହୁ ଯୋଗ ଦେଇ ସ୍ୱର୍ଗତ ହାତୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିରେ ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ସଭାପତି ମନୋରଞ୍ଜନ ନିମାଇଁ, ସେବକ ନଗର ଉନ୍ନୟନ ସଂଘର ସଭାପତି ସୁରଥ ନନ୍ଦ, କାରଗିଲ ସ୍ପୋର୍ଟିଂ କ୍ଲୁବର ଅଧିନାୟକ ଅମିୟ କୁମାର ବେହେରା, ଫାଲଗୁନ ମାଧେଇ, ସୁକାନ୍ତ ଘଡେଇ, ରୋହିତ ନାୟକ, ରାଜେଶ ନାୟକ, ସିମାଞ୍ଚଳ ନାୟକ, ନିରଞ୍ଜନ ନାୟକ, ସୁଧୀର ଦାଶ, ଟିପୁ ବେହରା, ସନ୍ଦୀପ କାଣ୍ଡି, ବିଜୟ କାଣ୍ଡି, ଜୋହନା କାଣ୍ଡି, ଜ୍ୟୋତି କାଣ୍ଡି, ମହେନ୍ଦ୍ର ନାୟକ, ସୁଶାନ୍ତ ବେହେରା, ସୁଦର୍ଶନ ନାୟକ, ସୁବଳ ନାୟକ, ଶିକ୍ଷକ ନେତା ରାଜୁ ନାୟକ, ବିଶିଷ୍ଟ ସମାଜସେବୀ ପିଣ୍ଟୁ ଦିଗାଲ, କାମନା ହାତୀଙ୍କ ସମେତ ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ଗଞ୍ଜାମ ଜିଲ୍ଲାର ସମସ୍ତ କର୍ମକର୍ତ୍ତା, ହାଡ଼ିକୁଳ ମହାସଂଘ ଓ ସେବକ ନଗର ସଂଘର ସମସ୍ତ କର୍ମକର୍ତ୍ତା ବହୁ ବୁଦ୍ଧିଜିବି ଏବଂ ସ୍ବର୍ଗତ ହାତୀଙ୍କ ତିନି ପୁତ୍ରଙ୍କ ସମେତ ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ ।

Read more

Local News