ଶ୍ରୀ ରାଧା ସାହିତ୍ୟ ସୃଜନୀ ପକ୍ଷରୁ ଆଧ୍ୟାତ୍ମିକ କବିତା ଆସର

Share

ପୁରୀ,(ନୀଳାମ୍ବର ମିଶ୍ର):- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଶ୍ରୀରାଧା ସାହିତ୍ୟ ସୃଜନୀ ତରଫରୁ ଗଡ଼ମୋଟରୀ ଗ୍ରାମ ପାଲା ମଣ୍ଡପରେ ଗଣେଶ ପୂଜା ଅବସରରେ ଏକ ସାରସ୍ଵତ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସ୍ଥାନୀୟ ଆବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ରାଉତରାୟ ସଦ୍ଭାପତିତ୍ଵ କରିଥିଲେ । ଡେଲାଙ୍ଗ ଓ କଣାସ ବ୍ଲକ ର ୧୫ ଜଣ କବି ସ୍ୱରଚିତ କବିତା ପାଠକରିଥିଲେ । ଅନୁଷ୍ଠାନର ସମ୍ପାଦକ ହରିହର ବଳବନ୍ତରାୟ ପ୍ରାରମ୍ଭିକ ସୂଚନା ଓ କବି ମାନଙ୍କୁ ସ୍ଵାଗତ କରିଥିଲେ । ଡ଼ା. ପ୍ରଭାସ ପ୍ରଧାନ କବିତା ଆସର ର ସଂଯୋଜନା କରିଥିବା ବେଳେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ର ଶେଷରେସମସ୍ତଙ୍କୁ ଅନ୍ୟବାଦ ଅର୍ପଣ କରିଥିଲେ । . କେଶବ ଚନ୍ଦ୍ର ବଳବନ୍ତରାୟ ସହଯୋଗ କରିଥିଲେ ।

Read more

Local News