ରଙ୍ଗେଇଲୁଣ୍ଡା,୨୦/୦୯:-ଗୋଳନ୍ଥରା ବ୍ରାହ୍ମଣସାହି ନିବାସୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ମାତା କାଞ୍ଚନ ମିଶ୍ରଙ୍କ ୯୫ ବର୍ଷ ବୟସରେ ଆଜି ଭୋର ୬ଟାରେ ନିଜ ବାସଭବନରେ ପରଲୋକ ଘଟିଛି। ସେ ଅଞ୍ଚଳର ଜଣାଶୁଣା ଜ୍ୟୋତିଷବିଦ ସ୍ୱର୍ଗତ ଭୀମ ମିଶ୍ରଙ୍କ ପତ୍ନୀ ଥିଲେ।
ସ୍ୱର୍ଗତ କାଞ୍ଚନ ଜଣେ ଧର୍ମପରାୟଣ,ସାତ୍ତ୍ୱିକ ଓ ସହୃଦୟା ମହିଳା ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ପରିବାର,ଆତ୍ମୀୟସ୍ୱଜନ ଓ ପରିଚିତ ମହଲରେ ଶୋକ ପ୍ରକାଶ ପାଇଛି।ତାଙ୍କ ଚାରି ପୁତ୍ର ସୁରେନ୍ଦ୍ର,ବିଦ୍ୟାଧର,ବିନୋଦ ଓ ମିହିରଙ୍କ ସମେତ ତିନି ଝିଅ ସରୋଜବାଳା ଦାସ,ସଂଯୁକ୍ତା ତ୍ରିପାଠୀ ଓ ସବିତା ଦାସ ଏବଂ ନାତିନାତୁଣୀମାନେ ଉପସ୍ଥିତ ଥିଲେ।ବିୟୋଗ ଖବର ପାଇ ଗୋପାଳପୁର ବିଧାୟକ ତଥା ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଡମ୍ବୁରଧର ରେଡ୍ଡୀ,ରାମ ପାତ୍ର, , ଟୁନା ଜେନା, ଶିବଶଙ୍କର ସାହୁ, ରୁନା ଦାଶ, ଟୁନା ପାଢୀ, ଜିତେନ୍ଦ୍ର ରାଉଳ, ମିଟୁ ମହାରଣା, ବିଗ୍ନେଶ୍ଵର ଜେନା, ଚିନ୍ତା ମଣି । ଗଙ୍ଗାଧର ସତପଥି, ରଜତ ପଣ୍ଡିତ, ବ୍ରଜମୋହନ ନାହାକ, ଗୌରୀଶଙ୍କର ସାମନ୍ତରାୟ, ଲକ୍ଷ୍ମୀ ଚୈଧୁରୀ, ମିଟୁ ପୁରହିତ, ରାଜେଶ ସାହୁ,ପିଣ୍ଟୁ ଜେନାଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।ତାଙ୍କ ଜ୍ୟେଷ୍ଠ ପୁତ୍ର ସୁରେନ୍ଦ୍ର ମିଶ୍ର ମୁଖାଗ୍ନି ପ୍ରଦାନ କରିଥିଲେ। କାଞ୍ଚନ ଙ୍କ ମୃତ୍ୟୁ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ରଙ୍ଗେଇଲୁଣ୍ଡା ବ୍ଲକ୍ ପ୍ରତିନିଧି ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟ ଓଡିଶା ଦର୍ପଣ
Share
Read more