କୁକୁଡ଼ାଖଣ୍ଡିରେ ଗ୍ୟାଙ୍ଗ୍ ହିଂସା ଓ ବୋମାମାଡ଼ ଘଟଣାରେ ୩ ଅଭିଯୁକ୍ତ ଗିରଫ, ୨ ନାବାଳକ ଅଟକ; ବିସ୍ଫୋରକ ଜବତ।

Share

ବ୍ରହ୍ମପୁର କୁକୁଡ଼ାଖଣ୍ଡିରେ ଘଟିଥିବା ଗୁରୁତର ଆଇନଶୃଙ୍ଖଳା ଘଟଣାରେ ବଡ଼ ସଫଳତା ପାଇଛି ବ୍ରହ୍ମପୁର ସଦର ପୋଲିସ। ଦଙ୍ଗା, ମାରପିଟ ଏବଂ ସର୍ବସାଧାରଣ ସ୍ଥାନରେ ଜୀବନ୍ତ ବୋମା ବିସ୍ଫୋରଣରେ ସମ୍ପୃକ୍ତ ଏକ ସଂଗଠିତ ଅପରାଧୀ ଗୋଷ୍ଠୀର ୩ ଜଣ ମୁଖ୍ୟ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ଏହାସହ ୨ ଜଣ ଆଇନ ସହିତ ସଂଘର୍ଷରେ ଥିବା ନାବାଳକଙ୍କୁ ମଧ୍ୟ ଅଟକ ରଖାଯାଇଛି। ୮ରୁ ୧୦ଟି ବାଇକ୍‌ରେ ଆସିଥିବା କିଛି ଅସାମାଜିକ ବ୍ୟକ୍ତି ମାରଣାସ୍ତ୍ର ଯଥା ଖଣ୍ଡା, କାତି ଏବଂ ବିସ୍ଫୋରକ ସାମଗ୍ରୀ ଧରି କୁକୁଡ଼ାଖଣ୍ଡିର ବାଉରୀ ସାହିରେ ପ୍ରବେଶ କରିଥିଲେ। ସେମାନେ ବୋମାମାଡ଼ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କୁ ଗାଳିଗୁଲଜ କରି ଭୟଭୀତ କରିଥିଲେ। ଗିରଫ ଅଭିଯୁକ୍ତ ୧. ଗଙ୍ଗାଧର ମହାନ୍ତି @ ଗଙ୍ଗା (୨୨)ପିତା– ରାଜେନ୍ଦ୍ର ମହାନ୍ତି, କାଳୁଆସାହି, କୁକୁଡ଼ାଖଣ୍ଡି , ୨. ବିକାଶ ପାତ୍ର (୨୫)ପିତା– ରବୀନ୍ଦ୍ର ପାତ୍ର, କାଳୁଆସାହି, କୁକୁଡ଼ାଖଣ୍ଡି , ୩. ଶୁଭମ କୁମାର ସାହୁ (୧୯)ପିତା– ସୁଶାନ୍ତ କୁମାର ସାହୁ, ବାଳକୃଷ୍ଣପୁର। ଏହାଛଡ଼ା ୨ ଜଣ ନାବାଳକଙ୍କୁ ଅଟକ କରାଯାଇଛି। ପୂର୍ବରୁ ଗିରଫ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କାଳିଆ ସାହୁ (୨୪)ଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଥିଲା। Explosive Substances Actର ଧାରା ୩ ଓ ୪ ଅନୁସାରେ ମାମଲା ରୁଜୁ ହୋଇଛି। ବୋମା ଜବତ ଗିରଫ ଅଭିଯୁକ୍ତ ଗଙ୍ଗାଧର ମହାନ୍ତିଙ୍କ ସ୍ୱୀକାରୋକ୍ତି/ତଥ୍ୟ ଆଧାରରେ ପୋଲିସ ତାଙ୍କ ଘରେ ଚଢ଼ାଉ କରି ୨ଟି ଜୀବନ୍ତ ଜୁଟ୍ ବୋମା ଜବତ କରିଛି। । ଏହାସହ ୨ ଜଣ ନାବାଳକଙ୍କୁ ଅଟକ କରି ସମ୍ପୃକ୍ତ ଆଇନଗତ ପ୍ରକ୍ରିୟା କରାଯାଇଛି।

ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

Read more

Local News