ଭୁବନେଶ୍ୱର: ସର୍ବ ବ୍ରାହ୍ମଣ ମହାସଭାର ରାଜ୍ୟ ସମ୍ପାଦକ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ, ଇଣ୍ଡିଆର ସଭାପତି ଡ଼. ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଏକ ପବିତ୍ର ସାଧୁ–ସନ୍ଥ ବୈଠକ ଭୁବନେଶ୍ୱର ୟୁନିଟ୍–୪ ଏମ୍.ଏଲ୍.ଏ. କଲୋନୀ ପାର୍କସ୍ଥିତ ପ୍ୟାସନ୍ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକ ଗଣେଶ ପୂଜା ମହୋତ୍ସବ ଏବଂ “ଶ୍ରୀ ନୀଳମାଧବ ହିଁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ରୂପ” କାର୍ଯ୍ୟକ୍ରମର ଅଂଶ ଭାବେ ଆୟୋଜିତ ହୋଇଥିଲା।
ବୈଠକରେ ପ୍ୟାସନ୍ କ୍ଲବର ସଭାପତି ଶ୍ରୀ ଅଶୋକ ପଳେଇ ଏବଂ ବିଶ୍ୱ ସନାତନ ସେବା ଟ୍ରଷ୍ଟର ଶ୍ରୀ ଶୁକେଶ ଗୋସ୍ୱାମୀ ଉପସ୍ଥିତ ରହି ବୈଠକର ସଂଯୋଜନାରେ ସହଯୋଗ କରିଥିଲେ।
ଶ୍ରୀଜଗନ୍ନାଥ ଚେତନା, ସନାତନ ସଂସ୍କୃତି ଓ ଧର୍ମୀୟ ପରମ୍ପରାର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା।
ଏହି ପବିତ୍ର ସମାବେଶରେ ପୂଜ୍ୟ ସାଧୁ–ସନ୍ଥ ଓ ଧର୍ମାଚାର୍ଯ୍ୟମାନେ ଉପସ୍ଥିତ ରହି ନିଜ ନିଜର ଆଶୀର୍ବଚନ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ଆଲୋଚନାର ପ୍ରମୁଖ ପ୍ରସଙ୍ଗ ଥିଲା—ଶାସ୍ତ୍ରୀୟ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ଉପାସନା, ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର, ସନାତନ ପରମ୍ପରାର ସୁରକ୍ଷା ଓ ସଂରକ୍ଷଣ ତଥା ଧାର୍ମିକ ଓ ସାମାଜିକ ଚେତନାର ବିକାଶ।
ଉପସ୍ଥିତ ସମସ୍ତ ମହାନୁଭବମାନେ ଏହି ବିଷୟଗୁଡ଼ିକ ଉପରେ ନିଜ ନିଜର ମତ ଓ ଅନୁଭୂତି ପ୍ରକାଶ କରିଥିଲେ ।
ବିଶେଷକରି ଶ୍ରୀଜଗନ୍ନାଥ ସଂସ୍କୃତିର ଲୀଳା ଓ ମହିମାକୁ ବିଶ୍ୱବ୍ୟାପୀ ଭାବେ ପ୍ରଚାର ଓ ପ୍ରସାର କରିବା ସହିତ ଯୁବପିଢ଼ିଙ୍କୁ ଆଧ୍ୟାତ୍ମିକତା, ଧର୍ମୀୟ ଚେତନା ଓ ଆମ ସମୃଦ୍ଧ ସଂସ୍କୃତି ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପୂଜ୍ୟ ସାଧୁ–ସନ୍ଥମାନଙ୍କର ମାର୍ଗଦର୍ଶନରେ ସମସ୍ତେ ଏକତ୍ରିତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଚେତନା, ମହାନ ସଂସ୍କୃତି ଓ ପରମ୍ପରାକୁ ଜନଜନଙ୍କ ନିକଟରେ ପହଞ୍ଚାଇବା ପାଇଁ ଆହ୍ୱାନ ଦିଆଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରମୁଖ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ପ୍ୟାସନ୍ କ୍ଲବ ୟୁନିଟ 4ଭୁବନେଶ୍ୱର
ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ,
ବିଶ୍ୱ ସନାତନ ସେବା ଟ୍ରଷ୍ଟ
ଶ୍ରୀ ଜଗନ୍ନାଥ ଭକ୍ତ ସମାଜ, ପୁରୀ
ଡ଼. ନାରାୟଣ ମହାପାତ୍ର
ସଭାପତି
ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ,
Share
Read more