ଗୁଟକା କାରଖାନା ଉପରେ ଚଢ଼ାଉ।

Share

ଗୁଟକା କାରଖାନା ଉପରେ ଚଢ଼ାଉ, ୩ଟି ଗୁଟକା ମେସିନ୍ ସହ ଗୋକୁଳ ଡିଲକ୍ସ ମିକ୍ସ ଓ ହରଡାଖଣ୍ଡି ପୁଡିଆ ଜବତ। ନିମଖଣ୍ଡି ଥାନା ଅନ୍ତର୍ଗତ ଓଡ଼ିଆ ଚଣ୍ଡିପଦର ମୁଖ୍ୟରାସ୍ତା ପାର୍ଶ୍ୱରେ ଚାଲିଥିବା ଏକ ବେଆଇନ୍ ଗୁଟକା କାରଖାନା ଉପରେ ଶୁକ୍ରବାର ସନ୍ଧ୍ୟାରେ ଭାରତ ସରକାର ବସ୍ତୁ ଏବଂ ସେବା କର ଆସୂଚନା ମହାନିର୍ଦେଶାଳୟ ଭୁବନେଶ୍ବର ଆଞ୍ଚଳିକ ୟୁନିଟ୍ (DGGI) ଓ ନିମଖଣ୍ଡି ଥାନା ପୁଲିସ ପକ୍ଷରୁ ଚଢଉ କରାଯାଇଥିଲା। ଏହି ଚଢାଉ ସମୟରେ ୩ଟି ଗୁଟକା ମେସିନ୍ ସହ ଗୋକୁଳ ଡିଲକ୍ସ ମିକ୍ସ ଓ ହରଡାଖଣ୍ଡି ପୁଡିଆ ସାମଗ୍ରୀ ଜବତ କରାଯାଇଥିବା ବେଳେ ଜି. ଜଗନ୍ନାଥପୁର ଗ୍ରାମର ଗୁଟକା କମ୍ପାନୀ ମାଲିକ ସିଏଚ୍ ଶିଶିର ପାତ୍ର ଅରଫ ସନ୍ତୁ ଫେରାର ଥିବା ସୂଚନା ମିଳିଛି । ବର୍ତ୍ତମାନ ନିମଖଣ୍ଡି ଥାନା ପୁଲିସ ଫେରାର ଶିଶିରକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ।

ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

Read more

Local News