ସଲମାନ ଖାନଙ୍କୁ ନେଇ KRK ଦେଲେ ସାଂଘାତିକ ମତ।

Share

ବଲିଉଡ ଏବଂ ଭୋଜପୁରୀ ଅଭିନେତା-ନିର୍ମାତା କମଲ ରସିଦ ଖାନ(KRK) ସୋମବାର ଦୁବାଇ ଯିବା ସମୟରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତାଙ୍କୁ ଗିରଫ କରାଯାଇଛି।ନିଜର ଭୁଲ୍ ପାଇଁ କମଲ ଆର ଖାନ ଅନେକ ସମୟରେ ଖବରରେ ରହିଥାନ୍ତି। ସେ ଅନେକ ଚଳଚ୍ଚିତ୍ର ତାରକା ତଥା ସେମାନଙ୍କ ପ୍ରଶଂସକଙ୍କୁ ବିବାଦୀୟ ବିବୃତ୍ତି ଦେଇ କ୍ରୋଧର କାରଣ ହୋଇଛନ୍ତି। ସେ ବର୍ତ୍ତମାନ ‘ଏକ୍ସ’ ପ୍ଲାଟଫର୍ମରେ କହିଛନ୍ତି ୨୦୧୬ ମାମଲା ପାଇଁ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି। ଆହୁରି ସେ କହିଛନ୍ତି ଯେ “ଯଦି ସେ ଜେଲ କିମ୍ବା ପୋଲିସ ଷ୍ଟେସନରେ ମୃତ୍ୟୁବରଣ କରନ୍ତି, ତେବେ ଏହା ହତ୍ୟା ହେବ। କମଲ୍‌ ଆର୍‌ ଖାନ୍‌ ତାଙ୍କ ବିବୃତ୍ତିରେ କହିଛନ୍ତି ଯେତେବେଳେ ସେ ଦୁବାଇ ଯାଉଥିଲେ ପୋଲିସ ତାଙ୍କୁ ଗିରଫ କରିଥିଲା। ସେ ଲେଖିଛନ୍ତି, “ମୁଁ ଗତ ଏକ ବର୍ଷ ହେଲା ମୁମ୍ବାଇରେ ଅଛି। ମୁଁ ବେଳେ ବେଳେ କୋର୍ଟରେ ହାଜର ହୁଏ। ମୁଁ ନୂଆ ବର୍ଷ ପାଳନ କରିବାକୁ ଦୁବାଇ ଯାଉଥିଲି, କିନ୍ତୁ ମୁମ୍ବାଇ ପୋଲିସ ମୋତେ ବିମାନବନ୍ଦରରେ ଗିରଫ କରିଛି। ପୋଲିସର କହିବାନୁସାରେ, ସେମାନେ ୨୦୧୬ ମାମଲା ପାଇଁ ମୋତେ ଖୋଜୁଥିଲେ।” ସଲମାନ ଖାନଙ୍କୁ ନେଇ ସେ ଲେଖିଛନ୍ତି ଯେ “ସଲମାନ ଖାନ କହୁଛନ୍ତି ଯେ ମୋ ପାଇଁ ‘ଟାଇଗର ୩’ ଫ୍ଲପ୍‌ ହୋଇଛି। ଯଦି ପୋଲିସ ଷ୍ଟେସନ କିମ୍ବା ଜେଲ୍‌ରେ କୌଣସି ପରିସ୍ଥିତିରେ ମୋର ମୃତ୍ୟୁ ହୁଏ, ତେବେ ଆପଣମାନେ ଏହାକୁ ହତ୍ୟା ବୋଲି ଭାବିବେ। ଆପଣ ସମସ୍ତେ ଜାଣନ୍ତି ଏଥିପାଇଁ କିଏ ଦାୟୀ।” ପୂର୍ବରୁ ମଧ୍ୟ KRK କୁ ଗିରଫ କରାଯାଇଛି। ୨୦୨୨ ମସିହାରେ ସେ ଦୁଇଥର ଗିରଫ ହୋଇଥିଲେ। ଅଭିନେତା ଋଷି କପୁର ଏବଂ ଇରଫାନ୍ ଖାନଙ୍କ ବିଷୟରେ ବିବାଦୀୟ ଟ୍ୱିଟ୍ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଏହାର କିଛି ଦିନ ପରେ ତାଙ୍କ ଫିଟନେସ୍ ପ୍ରଶିକ୍ଷକଙ୍କ ସହ ଅସଦାଚରଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।

Read more

Local News