ପୋଲସରା:ଓଡ଼ିଶାର ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲାର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅଙ୍କ ଜୀବନ ପ୍ରତି ବିପଦ। ବିଧାୟକ ଓ ତାଙ୍କ ଝିଅକୁ ହତ୍ୟା କରିବାକୁ ଯୋଜନା କରାଯାଉଥିବା ପୋଲସରା ଥାନାରେ ଏତଲା ଦିଆଯାଇଛି। ବିକାଶ ବେହେରା ଏବଂ ବିଧାୟକଙ୍କ ସହ ବିବାଦ ଥିବା ସଞ୍ଜୁକ୍ତା ମହଲଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ବିଧାୟକ। ବିଧାୟକଙ୍କ ପ୍ରତି ବିପଦକୁ ନେଇ ପୁଲିସ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ଅଛି।