ପାରିବାରିକ ଝଗଡା ପାଇଁ ଘର ଛାଡ଼ି ପଳାଇ ଆସିଥିବା ପାରାଦୀପ ଲକ୍ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଲକ୍ ଥାନା ପୋଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି । ମହିଳାଙ୍କ ଜଣେ ସମ୍ପର୍କୀୟ ଓ ତାଙ୍କର ଦୁଇ ବନ୍ଧୁ ଗତରାତିରେ ପାରାଦୀପ ଦୋ ଛକି ନିକଟରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ତେବେ ଏନେଇ ପୋଲିସ କିମ୍ବା ପୀଡ଼ିତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପାରାଦୀପ ଥାନା ଅଞ୍ଚଳର ଜଣେ ମହିଳା ପରିବାର ସହ ରହୁଥିଲେ । ବୁଧବାର ରାତିରେ କୌଣସି କଥାକୁ ନେଇ ପରିବାର ଭିତରେ ପାଟିତୁଣ୍ଡ ହୋଇଥିଲା ଏବଂ ସେ ଘର ଛାଡ଼ି ପଳାଇ ଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ମହିଳାଙ୍କୁ ପାଇନଥିଲେ । ସେପଟେ ମହିଳା ଜଣକ ଘର ଛାଡ଼ି ପଳାଇ ଯାଉଥିବା ବେଳେ ତାଙ୍କର ଜଣେ ସମ୍ପର୍କୀୟଙ୍କ ହାବୁଡ଼ରେ ପଡ଼ିଥିଲେ । ତାଙ୍କ ସମ୍ପର୍କୀୟ ଓ ତାଙ୍କର ଦୁଇ ସାଥୀ ତାଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଆଣୁଥିଲେ ।ତେବେ ପାରାଦୀପ ଦୋଛକି ନିକଟରେ ଏକ ଘରେ ମହିଳାଙ୍କୁ ସେମାନେ ରାତି ସାରା ଜଣେ ପରେ ଜଣେ ଦୁଷ୍କର୍ମ କରି ତାଙ୍କୁ ସେଠାରେ ଛାଡ଼ି ପଳାଇ ଯାଇଥିଲେ । ସେହି ରାତିରେ ମହିଳା ଏନେଇ ଥାନାରେ ଅଭିଯୋଗ କରିଥିଲେ । ଆଜି ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିବା ତାଙ୍କ ସମ୍ପର୍କୀୟ ଓ ଦୁଇ ସାଥୀଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା ।