ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ ଚୋରି:୨ ଗିରଫ ।

Share

ଭ୍ୟାନ୍ ଭିତରେ ଅତି ସତର୍କତାର ସହ ଚାଲିଛି ଗ୍ୟାସ୍ ଚୋରି।  ଏମିତି ଏକ ଘଟଣା ସାମ୍ନକୁ ଆସିଛି ମୁମ୍ବାଇର ଶିବାଜୀନଗର ଅଞ୍ଚଳରୁ। ଗତ ଶୁକ୍ରବାର ଦିନ ପୋଲିସ ପାଟ୍ରୋଲିଂ କରିବା ବେଳେ ଏକ ଗ୍ୟାସ୍ ବୋଝେଇ ଗାଡ଼ି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦେଖି ପୋଲିସର ସନ୍ଦେହ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା।ତେବେ ଚୋରମାନେ ଅତି ଚତୁରତାର ସହ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଖଲାସ କରିବାରେ ଲାଗିଥିଲେ। ସେମାନେ ଗ୍ୟାସ୍ ଚୋରି କରିବା ବେଳେ ସିଲ୍‌ର କୌଣସି କ୍ଷତି ହେଉନଥିଲା। ଫଳରେ ଗ୍ରାହକ ଗ୍ୟାସ୍ ନେବା ବେଳେ ଚୋରି ହୋଇଛି ବୋଲି ଜାଣିବାର ବାଟ ନଥିଲା। ପ୍ରତି ଗ୍ୟାସ୍‌ ଟାଙ୍କିରୁ ସେମାନେ ଅଳ୍ପ ଅଳ୍ପ ଗ୍ୟାସ୍ ଚୋରି କରି ଏକ ପାଇପ୍ ସାହାଯ୍ୟରେ ଅନ୍ୟଏକ ଟାଙ୍କିରେ ଅତି ଚତୁରତାର ସହ ଭର୍ତ୍ତି କରୁଥିଲେ। ଫଳରେ ସିଲ୍‌ର କୌଣସି କ୍ଷତି ହେଉନଥିଲା। କିଛି କିଛି ଗ୍ୟାସ୍ ଚୋରି କରି ସେମାନେ ଆଉ ଏକ ଟାଙ୍କି ଫୁଲ୍ କରିବା ପରେ ତାକୁ ବିକ୍ରି କରି ଭଲ ରୋଜଗାର କରୁଥିଲେ। ପୋଲିସ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ଅନୁସଂଧାନ ଚଳାଇଛି। ଗିରଫ ଦୁଇ ଜଣ ହେଉଛନ୍ତି ସଲିମ୍ ବେଗ୍(୨୬) ଓ ମହମ୍ମଦ ଖାଁ (୨୮)। ସେମାନେ ଶିବାଜୀନଗର ଅଞ୍ଚଳରେ ଗତ ଏକ ବର୍ଷ ଧରି ଏହି କାରବାର ଚଳାଇ ଆସୁଥିଲେ ବୋଲି ସୂଚନା ମିଳିଛି।

Read more

Local News