ନୂଆଦିଲ୍ଲୀ: ୨୦୨୩ ଡିସେମ୍ବର ୧୩ତାରିଖରେ ସଂସଦରେ ହୋଇଥିବା ସୁରକ୍ଷା ତ୍ରୁଟି ଓ ଅନୁପ୍ରବେଶ ମାମଲାରେ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୁଲିସର ଅଧିକାରୀମାନେ ଦ୍ବିତୀୟ ଥର ପାଇଁ ମୁହାଁମୁହିଁ ପଚରାଉଚରା କରିଛନ୍ତି। କାମ କରୁଥିଲେ ସେମାନେ କାହା ଇସାରାରେ ତାହା ଜାଣିବାକୁ ଉଦ୍ୟମ କରୁଛି ପୁଲିସ ।ସାଗର ଶର୍ମା, ମନୋରଞ୍ଜନ ଡି, ନୀଲମ ଆଜାଦ, ଅମୋଲ ସିନ୍ଦେ, ଲଳିତ ଝା ଏବଂ ମହେଶ କୁମାଓ୍ଵତ ଜାନୁଆରି ୫ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତରେ ଅଛନ୍ତି। ଘଟଣା ପଛର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଇଥିବା ସେ କହିଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୀଲମ ଓ ମନୋରଞ୍ଜନଙ୍କୁ ନ୍ୟୁ ଫ୍ରେଣ୍ଡସ କଲୋନିସ୍ଥିତ ସ୍ପେଶାଲ ସେଲ୍ ର ‘କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍’ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ସ୍ପେଶାଲ ସେଲ୍ର ବିଭିନ୍ନ ୟୁନିଟରେ ରଖାଯାଇଛି। ସ୍ପେଶାଲ ସେଲର ବିଭିନ୍ନ ଟିମ୍ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛନ୍ତି। ଅଭିଯୁକ୍ତମାନେ ‘ଭଗତ ସିଂହ ଫ୍ୟାନ୍ କ୍ଲବ୍’ ନାମକ ଏକ ଫେସବୁକ୍ ପେଜ୍ ର ସଦସ୍ୟ ଥିଲେ। ପଚରାଉଚରା ବେଳେ ସେମାନେ କହିଛନ୍ତି ଯେ ବେକାରୀ, ମଣିପୁର ହିଂସା ଓ କୃଷକ ଆନ୍ଦୋଳନ ଭଳି ପ୍ରସଙ୍ଗରେ ସରକାରଙ୍କୁ ବାର୍ତ୍ତା ଦେବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହା ସତ୍ତ୍ବେ ପୁଲିସ ସେମାନଙ୍କ କଥାକୁ ବିଶ୍ବାସ କରିପାରୁ ନାହିଁ । ସୂଚନା ମିଳିଛି ସେମାନେ କୁଆଡେ ଅର୍ଥ ବିନିମୟରେ ଜଣେ ବ୍ୟକ୍ତିର ଇସାରାରେ କାମ କରୁଥିବା ପୁଲିସର ସଂଦେହ କରୁଛି ।