ରାୟଗଡା: ରାୟଗଡା ଜିଲ୍ଲା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଆଜି ସକାଳ ସାଢେ ସାତଟା ସମୟରେ ରେଳଷ୍ଟେସନ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ଜଣ ସଂଦିଗ୍ଧ ବ୍ୟକ୍ତିକୁ ଅବକାରୀ କର୍ମଚାରୀ କାବୁ କରି ପଚାରିବା ପରେ ଦୁଇଟି ଜରି ବ୍ୟାଗରେ ଗଂଜେଇ ଲଦି ଚାଲାଣ କରୁଥିବା ସ୍ବୀକାର କରିଥିଲେ। ତୁରନ୍ତ ଅବକାରୀ କର୍ମଚାରୀ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬୦ କିଲୋ ଗଂଜେଇ ଜବତ କରିଥିବା ସୂଚନା ମିଳିଛି। ସେମାନଙ୍କ ଦୁଇଜଣ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅଂଚଳର ସମୀର ରଇତ ଏବଂ ସଂଜୀବ ରଇତ ବୋଲି ଜଣାପଡିଛି।ଏହି ଚଢାଉରେ ଏସଆଇ ସଂଜୟ କୁମାର ପ୍ରଧାନ,ଏଏସଆଇ ରାସି ନାୟକ ଓ ସଂଗ୍ରାମ ପ୍ରଧାନ,କନେଷ୍ଟବଲ ପାଲକା ଆପାୟା,ଅମର କୁମାର ଦଳେଇ,ଖ୍ରୀଷ୍ଟଦାସ ବେବର୍ତ୍ତା,ସଂଦୀପ କୁମାର ପାତ୍ର,ଜି.ଧର୍ମା ରାଓ ସମେତ ଆରପିଏଫର କର୍ମକର୍ତ୍ତା ମଧ୍ୟ ଥିଲେ।