ଟ୍ରକ ମାଲିକଙ୍କୁ ଧମକ ଦେଇ ପେସାଦାର ଅପରାଧୀ ଗିରଫ, ଦୁଇ ଫେରାର l

Share

ମିଥ୍ୟା ଦୁର୍ଘଟଣା ଆଳରେ 15 ହଜାର ଟଙ୍କା ଆଦାୟ ଶହ ଟ୍ରକ ମାଲିକଙ୍କୁ ହତ୍ୟା ଧମକ ଅଭଯୋଗରେ ଗୋପାଳପୁର ଥାନା ପୋଲିସ ଜଣେ ପେସାଦାର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭଯୁକ୍ତ ଜଣକ ହେଲେ ଗୋସେନିନୁଆଗାଁ ଥାନା ଅନ୍ତର୍ଗତ ହିଲପାଟଣା ନିବାସୀ ମୁକ୍ତେଶ ସାହୁ ବୟସ 25 ବର୍ଷ ଅଭଯୁକ୍ତ ନିକଟରୁ ପୋଲିସ ପାଞ୍ଚହଜାର ଟଙ୍କା ଜବତ କରିଥିବା ଏସ ପି ଡା. ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି l
ସୂଚନା ଜଗ୍ୟ ଯେ ଗୁରୁବାର ଅପରାହ୍ନ ସାଡେ 3 ଟା ବେଳେ ଟ୍ରକ ମାଲିକ ପିଣ୍ଟୁ ବିଷୟୀ ଙ୍କ ଡ୍ରାଇଭର ମୁନାଦାସ ଗାଡିଧରି ଘରକୁ ଫେରୁଥିବା ବେଳେ ଗୋପାଳପୁର ଓଭରବ୍ରିଜ ଉପରେ ମୁକ୍ତେଶ ଓ ତାଙ୍କର ଦୁଇ ସହଯୋଗୀ ବାଇକ ରେ ଗାଡିକୁ ଅଟକାଇ ଥିଲେ ଏବଂ ସେହି ଟ୍ରକ ଯୋଗୁଁ ଏକ ଦୁର୍ଘଟଣା ଘାଟି ଗାଡିର କିଛି ଅଂଶ ଭାଙ୍ଗିଯାଇଥିବା ମୁକ୍ତେଶ ତା ସହଯୋଗୀ ଅଭିଯୋଗ କରିଥିଲେ l କ୍ଷତିଗ୍ରସ୍ତ ଗାଡି ମରାମତି ବାବଦକୁ ପନ୍ଦର ହଜାର ଟଙ୍କା ଦାବି କରିଥିଲେ l ସେହିକ୍ରମରେ ଡ୍ରାଇବାର ମୁନା ଗାଡି ମଲିକ ପିଣ୍ଟୁଙ୍କୁ ଘଟଣା ବିଷୟରେ ଜଣାଇଥିଲେ l ପନ୍ଦର ହଜାର ଟଙ୍କା ଦେବା ପରେ ଦେଖିବା ବେଳକୁ ଗାଡ଼ିରେ କୌଣସି ପ୍ରକାର କ୍ଷତି ଘଟିନଥିବା ଟ୍ରକ ମାଲିକ ପିଣ୍ଟୁ ଜାଣିବାକୁ ପାଇଥିଲେ l ଏବଂ ଦୁର୍ଘଟଣା ପାଇଁ ନୁହେଁ ବରଂ ଦାଦା ବଟି ବାବଦରେ ପନ୍ଦର ହଜାର ଟଙ୍କା ଦାବିକରି ନେଇଥିବା ଜାଣି ଉକ୍ତ ଅର୍ଥକୁ ଫେରାଇବାକୁ ପିଣ୍ଟୁ କହିଥିଲେ l ଫଳରେ ଅଭଯୁକ୍ତ ମାନେ ପିଣ୍ଟୁକୁ ଟଙ୍କା ଫେରାଇ ଫେରେଇବା ପରିବର୍ତ୍ତେ ଗାଳି ଗୁଲଜ ଶହ ହତ୍ୟା ଧମକ ଦେଇଥିଲେ l ଏ ନେଇ ଗାଡି ମାଲିକ ପିଣ୍ଟୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ କରି ଅଭଯୁକ୍ତ ଙ୍କୁ ଗିରଫ କରିବାର ସଫଳ ହୋଇଛି l

Read more

Local News