କୁକୁଡାଖଣ୍ଡି:-ବଣଭୋଜିରେ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ସଦର ପୋଲିସ। ଘଟଣାରୁ ଜଣାପଡିଛି କୁକୁଡାଖଣ୍ଡିର ଏକ ଶିକ୍ଷାନୁଷ୍ଠାନର ବଣଭୋଜି ହୋଇଥିଲା। ଲଜ୍ୟାର ବିଷୟ ସେଠାରେ ଅଭିଯୁକ୍ତ ଜଣକ କୁକୁଡାଖଣ୍ଡିର ଟିଉସନ ଶିକ୍ଷକ ଏ ଆପନା ରାଓ(40) ନାବାଳିକାଙ୍କ ଶରୀର ଅଙ୍ଗକୁ ସ୍ପର୍ଶ କରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ସେଠାରୁ ଫେରିବା ପରେ ନାବାଳିକା ଜଣକ ସବୁ କଥା ନିଜ ଘରେ କହିଥିଲେ। ଏନେଇ ପରିବାରବର୍ଗ ସଦର ଥାନାରେ ଅଭିଯୋଗ କଲା ପରେ ସଦର ପୋଲିସ ଅଭିଯୋଗକୁ ଭିତି କରି ସଦର ପୁଲିସ ଗିରଫ କରି ଥାନା 11/24 ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଅନିତା ସାହୁ ସୂଚନା ଦେଇଛନ୍ତି।