ମୋହନା ବ୍ଳକ ଚାନ୍ଦିପୁଟ ଇନ୍ଦିରା ସ୍କୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ. ରାଧାରମଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥୀ ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇ ଜୀବନର ଲକ୍ଷ୍ୟ ଧାର୍ଯ୍ୟ କରି ପରିଶ୍ରମ କଲେ ଲକ୍ଷ୍ୟ ସ୍ଥଳରେ ନିଶ୍ଚିତ ପହଞ୍ଚି ପାରିବେ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ସମ୍ମାନିତ ଅତିଥୀ ଭାବେ ବିଜେଡି ଉପ ସଭାପତି ଦଣ୍ଡାସି ସାହୁ, ବରିଷ୍ଠ ନାଗରିକ ମଧୁସୁଦନ ପାଢୀ, ପ୍ରଶାନ୍ତ ବିର, ଡିଗ୍ରୀ କଲେଜ ଅଧ୍ୟକ୍ଷ ପୂଣ୍ଣଚନ୍ଦ୍ର ତ୍ରିପାଠୀ ଏବଂ କଲେଜ ସଦସ୍ୟ ଦେବବତ୍ତ ବେହେରା, ଜୁରିଆ କାର୍ଜି ଓ ନାଥ ମଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
Share
Read more