Monday, July 13, 2026
35.9 C
Brahmapur

ସମୁଦ୍ରକୁ ଖସିଲା କାର୍ଗୋ ବିମାନ : ଦୁର୍ଘଟଣାରେ ୨ ମୃତସ

Share

ନୁଆଦିଲ୍ଲୀ: ରନୱେରୁ ବିମାନ ଖସି ଦୁର୍ଘଟଣାଗ୍ରସ୍ତ। ସିଧା ଯାଇ ସମୁଦ୍ରରେ ପଡିଲା। ହଂକଂ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଘଟିଛି ଏକ ବଡ଼ଧରଣର ବିମାନ ଦୁର୍ଘଟଣା।ଦୁବାଇରୁ ଆସିଥିବା ଏକ ମାଲବାହୀ ବିମାନ ହଂକଂ ଏୟାରପୋର୍ଟରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ଲେନଟି ରନଓ୍ୱେରୁ ଖସି ସିଧା ଯାଇ ସମୁଦ୍ରରେ ପଡ଼ିଥିଲା। ଦୁର୍ଘଟଣାରେ ୨ ଜଣକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବିମାନଟି ଏକ ବୋଇଂ ୭୪୭ ଶ୍ରେଣୀର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ବିମାନଟି ସମୁଦ୍ରରେ ପଡ଼ିଯାଇଥିଲା। ବିମାନଟି ଦୁଇ ଖଣ୍ଡ ହୋଇଯାଇଛି। ବିମାନରେ ଥିବା ୪ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି।ପ୍ଲେନ୍ ଖସିଯିବା କାରଣରୁ ରନଓ୍ୱେ ଗ୍ରାଉଣ୍ଡ ଡ୍ୟୁଟି କରୁଥିବା ୨ ଜଣ କର୍ମଚାରୀ ମୃତ୍ୟୁ ହୋଇଥିଲା। ଏହାପରେ ବିମାନଟି ସିଧା ଯାଇ ସମୁଦ୍ରରେ ପଡ଼ିଥିଲା । ଦୁର୍ଘଟଣା ପରେ ହଂକଂ ଏୟାରପୋର୍ଟର ଦୁର୍ଘଟଣା ଘଟିଥିବା ରନଓ୍ୱେକୁ ବନ୍ଦ କରିଦିଆଯାଇଛି।ବିମାନଟି ୩୨ ବର୍ଷ ପୁରୁଣା ବିମାନ ଥିଲା ବୋଲି ଜଣାପଡିଛି।

Read more

Local News