ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପଶ୍ଚିମ ଜାପାନରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ ୭.୬ ରହିଥିବା ସୂଚନା ମିଳିଛି । ଜାପାନ ଇଶିକାୱା ସହର ଆଡ଼କୁ ଏହି ଶକ୍ତିଶାଳୀ ଭୂକମ୍ପ ପରେ ପ୍ରାୟ ୧.୨ ମିଟରର ଉଚ୍ଚ ସମୁଦ୍ର ଜୁଆର ମାଡ଼ି ଆସିଛି । ତେବେ ଭୟଙ୍କର ଭୂକମ୍ପ ପରେ ଜାପାନର ପାଣିପାଗ ବିଭାଗ କହିଥିଲା ଏକ ବୃହତ୍ ସୁନାମି ପଶ୍ଚିମ ଉପକୂଳରେ ପହଞ୍ଚିବା ର ଆଶଙ୍କା ରହିଛି । ପଶ୍ଚିମ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ପରେ ଜାପାନର ପାଣିପାଗ ବିଭାଗ ଇଶିକାୱା, ନିଗାଟା ଏବଂ ତୋୟାମା ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା। ପ୍ରାୟ ୫ ମିଟର ଉଚ୍ଚର ଜୁଆର ଆସିବାର ଆଶଙ୍କା ଥିବାରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। ତେବେ ଏହାରି ମଧ୍ୟରେ ଜାପାନର ଇଶିକାୱା ସହର ଆଡ଼କୁ ପ୍ରାୟ ୧.୨ ମିଟରର ଜୁଆର ମାଡ଼ି ଆସିଥିବା ସୂଚନା ମିଳିଛି। ଅନ୍ୟପଟେ ଭୂକମ୍ପ ଓ ସୁନାମି ଜନିତ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।
Share
Read more