ପ୍ରଥମ ସକାଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

Share

ପ୍ରଥମ ସକାଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଝାଡଖଣ୍ଡର ଜାମସେଦପୁରରେ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ପିକନିକ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ କାରଟି ଏକ ଡିଭାଇଡରରେ ଧକ୍କା ହୋଇଥିଲା ଯାହା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ମୃତକ ଷଢ଼େଇଁତଳା ଖରସୁଆଁ ଗ୍ରାମର ହୋଇଥିବା ସୂଚନା ମିଳିଛି । ଏନେଇ ଜାମସେଦପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି କରିଛି ।

Read more

Local News